ପଡ଼ା ଗ୍ରାମ ରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା

3

 ବିଜେପୁର /ସୁଶାନ୍ତ ସାହୁ  ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମ ରେ  ମହାଲକ୍ଷ୍ମୀ ପୂଜା ପାଳନ କରାଯାଉଛି l ଆଜି ଲକ୍ଷ୍ମୀପୂଜା ଅବସରରେ ଗ୍ରାମର ମାଁ ଭଉଣୀ ମାନେ କଳସ ଯାତ୍ରାରେ ସାମିଲ ହୋଇ ଘଣ୍ଟ ଶଙ୍ଖ ଧ୍ୱନିର ତାଳେତାଳେ ସ୍ଥାନୀୟ କଦଳୀମୁଡିଏନ ପୋଖରୀରୁ ମାଁ ଗଙ୍ଗା ଯମୁନା ସରସ୍ୱତୀଙ୍କୁ ଆବାହନ ପୂର୍ବକ ପୂର୍ଣ୍ଣ ଜଳ କଳସ ଆଣି ମାଁ ଲକ୍ଷ୍ମୀଙ୍କ ପୂଜା ପୀଠରେ ସ୍ଥାପନ କରିଥିଲେ। କର୍ତ୍ତା ଭାବେ ଗୋବିନ୍ଦ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ବିନୋଦିନୀ ବେହେରା ଦାୟିତ୍ଵ ନିର୍ବାହ କରୁଥିବାବେଳେ,ପୂଜକ ଭାବେ ପଣ୍ଡିତ ଟଙ୍କଧର ସାବତ ଏବଂ ରଞ୍ଜନ ମହାପାତ୍ର ଦାୟିତ୍ଵ ତୁଲାଉଛନ୍ତି।ଆଜିର ମୁଖ୍ୟ ଆକର୍ଷଣ ଭାବେ ପ୍ରଚଳିତ ସାଗର ମନ୍ଥନ ଶୁଭାରମ୍ଭ ଅତିଥି ପୂର୍ବତନ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି।

ଏଅବସରରେ ବିଜେପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋତିରାମ ସାହୁ,କୁନୁ ମେହେର, ଅମୃତ ଧାରା ନର୍ସିଂ ହୋମ୍ ରୁ ଡା.ରୋଜାଲିନ୍ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ଆୟୋଜକ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ।ଦିର୍ଘ ୪ ଦିନ ଧରି ମାଁ ଲକ୍ଷ୍ମୀ ପୂଜା ମହୋତ୍ସବ ସକାଶେ ପ୍ରତ୍ୟହ ସାନ୍ଧ୍ୟ ରଜନୀରେ ଲକ୍ଷ୍ମୀ ଲିଳା, ଲୋକ ମହୋତ୍ସବ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସ୍ୱପ୍ନ ମହଲ ଅପେରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ପ୍ରକାଶ। ସାଗର ମନ୍ଥନରେ ନାଟ୍ୟକାର ମୋହନ ସିଂ ଙ୍କ ରଚିତ ଗୀତିନାଟ୍ୟ ସମୁଦ୍ର ମନ୍ଥନ ଖୋଲା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା।ଉପଭୋଗ କରିବାକୁ ପ୍ରାୟ କୋଡିଏ ହଜାର ରୁ ଉର୍ଦ୍ଧ ଦର୍ଶନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.