ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଉପ-କାରାଗାର ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଥାଟି ଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସୁବ୍ରତ ମହାନ୍ତି, ମାନ୍ୟବର ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ, ନବରଙ୍ଗପୁର ଏବଂ ଶ୍ରୀ ସୁକାନ୍ତ କିଶୋର ଜେନା, ରେଜିଷ୍ଟ୍ରାର, ସିଭିଲ କୋଟ ସମୂହ , ନବରଙ୍ଗପୁର ତଥା ଭାରପ୍ରାପ୍ତ ସଚିବ, ଜିଲ୍ଲା ବିଧି ସେବା ପ୍ରାଧିକରଣ, ନବରଙ୍ଗପୁର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିଗଣ ଅନ୍ତେବାସୀଂକୁ ସମ୍ବୋଧିତ କରି ‘କେହି ଜନ୍ମରୁ ଅପରାଧୀ ନ ଥାନ୍ତି’ ବୋଲି କହିଥିଲେ ଓ ‘କୌଣସି କାର୍ଯ୍ୟ କରିବା ଆଗରୁ ବିଚାର କରି, ଭଲ ମଣିଷ ଭାବେ ସମାଜରେ ଚଳିବା’ ପାଇଁ ଉପଦେଶ ଦେଇଥିଲେ । ୩୦.୧୧.୨୦୨୪ ରୁ ୭.୧୨.୨୦୨୪ ପର୍ଯ୍ୟନ୍ତ ଜେଲ ଭିତରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ଯଥା ଚେସ, କେରମ, ସାଧାରଣ ଜ୍ଞାନ, ପ୍ରବନ୍ଧ, ଅଙ୍କନ, ଗୀତ, ନୃତ୍ୟ, ବେଡ଼ମିନ୍ଟନ ଇତ୍ୟାଦିର କୃତି ଅନ୍ତେବାସୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉତ୍ତମ କାରାସେବା ପାଇଁ ଜେଲ କର୍ମଚାରୀ ମୋନାଲିସା ପାଇକରାୟ, ଗୋପାଳ ଖରା, ସୁଜିତ ପଟେଲ ଏବଂ ଅନ୍ତେବାସୀ ତନ୍ମୟ ବେହେରା, ନବୀନ ଅମାନତ୍ୟ ଓ ଝିତୃ ଜାନିଙ୍କୁ ଅର୍ଥ ରାଶି ଓ ପ୍ରମାଣ ପତ୍ର ସହ ସମ୍ମାନିତ କରାଯାଇଥିଲା । ଅନ୍ତେବାସୀ ହେମନ୍ତ ଗରଡ଼ା ‘ଗୀତ’ ଓ ଏ. ବିନୋଦ କୁମାର ‘ନୃତ୍ୟ’ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଙ୍କ ରଚନା ଓ ନିର୍ଦ୍ଦେଶନା ରେ ଅନ୍ତେବାସୀ ଙ୍କ ଦ୍ଵାରା ନାଟକ “ଅନୁତାପ” ମଞ୍ଚସ୍ଥ ହୋଇଥିଲା। ଭୁଲ ରାସ୍ତାରେ ନ ଯାଇ ସରକାରଙ୍କ ବିଭିନ୍ନ ଯୋଜନା କୁ ଆପଣେଇ ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାକୁ ନେଇ ଗଢ଼ିଉଠିଥିବା ଏକ ସୁନ୍ଦର୍ ବିଷୟ ବସ୍ତୁ କୁ ନେଇ ମନୋଜ କୁମାର ପଟ୍ଟନାୟକ ରଚନା କରିଥିବା ଉକ୍ତ ନାଟକରେ ଅନ୍ତେବାସୀ ତପନ, ହେମନ୍ତ, ଆନନ୍ଦ, ବୀରେନ୍ଦ୍ର, ବିକାଶ, ହେମଧର, ରମାକାନ୍ତ ପ୍ରମୁଖ ଅଭିନୟ କରିଥିଲେ ଯାହାକୁ ଅତିଥିଗଣ ଉଚ୍ଚ ପ୍ରଶଂସା କରିଥିଲେ । କାରାଗାର ଭିତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ କାରା କର୍ମଚାରୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post