ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ମିଶନଶକ୍ତି କାଫେ ସମ୍ମୁଖରେ ଦୁଇ ଦିନ ଧରି ଚାଲିଥିବା ମହେନ୍ଦ୍ରତନୟା ମହୋତ୍ସବ -୨୦୨୪ ଉଦଯାପିତ ହୋଇଯାଇଛି।
ଉଦଯାପନୀ ସନ୍ଧ୍ୟାରେ ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍.ବୀରାରାଜୁ ମୁଖ୍ୟ ଅତିଥି ଭାବେ ଯୋଗ
ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ , ବନଖଣ୍ଡ ଅଧିକାରୀ ଏସ୍ .ଆନନ୍ଦ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଡ଼. ଗୁଣନିଧି ନାୟକ , ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼ ତିରୁପତି ପାଣିଗ୍ରାହୀ , ଗୋଷାଣୀ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଏସ୍ ଅନୁସୂୟା ଦେବୀ , ଗୋଷାଣୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା , ଏକାଉଣ୍ଟଟଣ୍ଟ ଗଜେନ୍ଦ୍ର ବେହେରା , ତହସିଲଦାର ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଗୁରୁ ନୃସିଂହ ଚରଣ ପାଢ଼ୀଙ୍କ ସ୍ୱର ସଂଯୋଜନାରେ ପାରଳାଖେମୁଣ୍ଡି ର ଗଜପତି କଳା ପରିଷଦ ପକ୍ଷରୁ ସ୍ୱାଗତ ସଙ୍ଗୀତଗାନ କରିଥିଲେ। ସି ଆର ସି ରଶ୍ମିତା ସାମଲ ଓ ଶ୍ରୀଯୁକ୍ତ ରମାକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଞ୍ଚଳର ଲୋକକଳା ଓ ଲୋକନୃତ୍ୟ , ସଙ୍ଗୀତ ପ୍ରଭୃତି ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା। ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।
ଏହି କାର୍ଯ୍ୟକ୍ରମରେ ସରପଞ୍ଚ , ସମିତି ସଭ୍ୟଙ୍କ ସମେତ ବ୍ଳକର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.