ବାଲେଶ୍ୱର : ଖଇରା, କଲେଜ କ୍ୟାମ୍ପସରେ ଏବେ ନିର୍ବାଚନୀ ମାହୋଲ ଛାତ୍ର ସଂସଦ ପାଇଁ ଏକ ଚାଲେଞ୍ଜ ଭଳି ଜଣାପଡୁଛି । ରାତି ପାହିଲେନିର୍ବାଚନ !ପ୍ରାର୍ଥୀଙ୍କ ସମର୍ଥନରେକଲେଜ କ୍ୟାମ୍ପସ ସାରା ପ୍ଲାଟଫର୍ମ ସ୍ପୀଚ ଓ ଭାଷଣ ଦ୍ୱାରା ଗୁଞ୍ଜରିତ ହେଉଛି । ଏଥର ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ବିଜୁ ଛାତ୍ର ଜନତା ଦଳ (BCJD) ମଧ୍ୟରେ କଡା ଟକ୍କର ଲଢ଼େଇ ଦେଖିବାକୁ ମିଳୁଥିବା ବେଳେ, ଜାତୀୟ ଛାତ୍ର ସଂଘ (NSUI) ମଧ୍ୟ କଡା ଟକ୍କର ସହିତ ଉଦ୍ୟମ ଜାରି ରଖିଛି । ତିନି ଦଳର ପ୍ରମୁଖ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ କର୍ମୀମାନେ ନିଜ ନିଜ ସଂଗଠନକୁ ଜିତାଇବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି।
କେବଳ ଭାଷଣ କିମ୍ବା ପୋଷ୍ଟର-ବ୍ୟାନରରେ ସୀମିତ ନାହିଁ ବରଂ* why I stand for* ଏକ ସ୍ୱତନ୍ତ୍ର ନାରାସୃଷ୍ଟି କରିଛି ଏଥରର ନିର୍ବାଚନୀ ପ୍ରଚାର। ସାଧାରଣ ଛାତ୍ରଛାତ୍ରୀଙ୍କ ମନ ଜିଣିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ କଲେଜ ଗେଟ୍ ବାହାରେ ରଙ୍ଗବେରଙ୍ଗର ବେନର ସହିତ ବିଭିନ୍ନ ଖାଦ୍ୟ ଷ୍ଟଲ୍ମାନ ଖୋଲାଯାଇଛି। ଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ଗୁପଚୁପ୍ ଓ ଚାଟ୍ ଷ୍ଟଲ୍ ସାଙ୍ଗକୁ ଥଣ୍ଡା ପାନୀୟ ବିରିୟାନୀ ଓ ସ୍ନାକ୍ସ ଇତ୍ୟାଦି ଦେଇ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଆୟୋଜନ କରାଯାଇଛି। କଲେଜ ନେତାଙ୍କ ହାତଯୋଡ଼ା ନିବେଦନ, କ୍ୟାମ୍ପସରେ ରାଜନୈତିକ ସରଗରମ ସୃଷ୍ଟି କରିଛି!ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରେଣୀଗୃହ, ହଷ୍ଟେଲ୍ ଓ କ୍ୟାଣ୍ଟିନ୍ଗୁଡ଼ିକରେ କେବଳ ନିର୍ବାଚନୀ ପ୍ରଚାର ଚାଲିଛି। ପ୍ରାର୍ଥୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ନିଜ ନିଜ ଦଳର ଏଜେଣ୍ଡା, କ୍ୟାମ୍ପସର ସମସ୍ୟା ସମାଧାନର ପ୍ରତିଶ୍ରୁତି ଏବଂ ହାତଯୋଡ଼ି ଭୋଟ୍ ଭିକ୍ଷା କରୁଛନ୍ତି। ଆସନ୍ତା କାଲି ନିର୍ବାଚନ ତାରିଖ ଯୋଗୁଁ , କଲେଜ ପରିସରରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି।ପ୍ଲାଟଫର୍ମ ସ୍ପିଚ ଅତ୍ୟନ୍ତ ଚିତାକର୍ଷକ ଓ ଆକାର୍ଷଣୀୟ ସହିତ ବିଭିନ୍ନ ଢଙ୍ଗରେ ଗୀତ ଓ ବାଦ୍ୟ ବଜାଇ ଭୋଟ ପାଇଁ ଉଦ୍ୟମ ହେଉଛି ! ଏହିଚତୁର୍ମୁଖୀ ଲଢ଼େଇରେ ଶେଷରେ କାହା ମୁଣ୍ଡରେ ହାତୀ ସୁନା କଳସଢାଳିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ୩ ପ୍ରମୁଖ ସଂଗଠନ ଓ ସ୍ୱାଧୀନ ପ୍ରାର୍ଥୀ ଛିଡା ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରଛଦପଟ ରେ ରାଜନୈତିକ ଦଳର ନେତୃ ମଣ୍ଡଳୀ ମାନେ ଥିବାର ଦେଖିବାକୁ ମିଳିଛି l ବିଭିନ୍ନ ସଂଗଠନ ପକ୍ଷରୁ ଷ୍ଟଲ ରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଗୁପଚୁପ ଓ ବିରିୟାନୀ ଖାଇବାର ମଜା ଉଠାଉଛନ୍ତି ,!ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନୀ ପ୍ରଚାର ଚାଲିଛି.!
Sign in
Sign in
Recover your password.
A password will be e-mailed to you.