ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

2

ଭୁବନେଶ୍ବର, ୧୦୤୧୨ – ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି |

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଶୁକଦେବ ସ୍ୱାଇଁଙ୍କ ପୁଅ ବିପିନ ବିହାରୀ ସ୍ବାଇଁ ଓମାନର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ| ଡିସେମ୍ବର ୮ ତାରିଖରେ ଏକ ପ୍ରକଳ୍ପରେ କାମ କରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ସେହି କୋଠାର ଛାତ ଭୁଷୁଡି ମୃତ୍ୟୁ ବରଣ କରିଥିବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ| ବିପିନଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ୤ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ ବକେୟା ପ୍ରାପ୍ୟ ଯୋଗାଇଦେବାକୁ ନିବେଦନ କରିଛନ୍ତି 

Leave A Reply

Your email address will not be published.