ପୌର ପରିଷଦ  ସ୍ତରୀୟ ବିଜୁ ଜନତା ଦଳର ୱାର୍ଡ କମିଟି ବୈଠକ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୌରପରିଷଦ ସ୍ତରୀୟ ଵାର୍ଡ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳର ପାରଳା ନଗର ସଭାପତି ଜମିଦାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କେ.ନାରାୟଣ ରାଓ  ଜିଲ୍ଲା ସଭାପତି ପ୍ରଦୀପ ନାୟକ ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ ଉପସଭାପତି ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲା ଯୁବସଭାପତି ପିନିଣ୍ଟି କ୍ରିଷ୍ଣା, ଜିଲ୍ଲା ସଂଯୋଜକ ଲବଣୀ ମହାନନ୍ଦ, ବରିଷ୍ଠ ନେତ୍ରୀ ସଂଯୁକ୍ତା ବେହେରା ସମେତ ପ୍ରମୁଖ ମଞ୍ଚାସୀନ କରିଥିଲେ । ମୁଖ୍ୟତଃ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ଦଳିୟ ନେତା ଓ କର୍ମୀ ମାନେ ନିଜକୁ ପ୍ରସ୍ତୁତ ହୋଇ ତୃଣମୁଳ ସ୍ତରରୁ ବିଜେଡିର ନବୀନ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଜନପ୍ରିୟ ଯୋଜନା ସବୁ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ଆସ୍ତାଭାଜନ ହେବାକୁ ଏବଂ ସାଂଗଠନିକ ସ୍ଥିତିକୁ ମଜଭୁତ କରିବାକୁ ଆହ୍ୱାନ କରାଯାଇଥିଲା । ମଞ୍ଚାସୀନ ନେତା ମାନେ ନବୀନ ସରକାର ସମସ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ କିଭଳି ସବୁ ଲୋକାଭିମୁଖୀ ଯୋଜନା ସବୁ କରିଛନ୍ତି ସେ ସମ୍ପର୍କରେ କହିଥିଲେ । କାଳିଆ ଯୋଜନା କୃଷି ଓ ଚାଷୀଙ୍କ କ୍ଷେତ୍ରରେ କିଭଳି ଉପକୃତ ଯୋଜନା ବିଜୁ ଫସଲ ବୀମା ଓ ସ୍ୱାସ୍ଥ୍ୟ ଯୋଜନା ଓ ଆଦିବାସୀ ବର୍ଗର ବିକାଶ, ଶ୍ରମିକ କଲ୍ୟାଣ ପାଇଁ ଯୋଜନା ଏଭଳି ଅନେକ ଯୋଜନା ଯାହାକି ସବୁ ବର୍ଗର ଲୋକମାନଙ୍କ ପାଇଁ  ଉପକୃତ ହେଲା ଭଳି ଯୋଜନା ମାନ କାର୍ଯ୍ୟକାରୀ କରାଯାଇଛି । ଯୋଜନା ଗୁଡିକର ସୁଫଳ ତୃଣମୁଳ ସ୍ତରରେ ଥିବା ଲୋକଙ୍କ ଠାରେ ପହ୍‍ଞ୍ଚାଇବାକୁ ମଞ୍ଚାସୀନ ଅତିଥି ମାନେ ଉପସ୍ଥିତ କର୍ମୀ ଓ ନେତା ମାନଙ୍କୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.