କୃତଜ୍ଞତା ଜ୍ଞାପନ  ଆମ ପରମ୍ପରାର ସର୍ବଶ୍ରେଷ୍ଠ  ଅବଦାନ: ଜିଲ୍ଲାପାଳ ।

0

ଯାଜପୁର, (ଜୟଶଙ୍କର ଦାଶ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା  ଯୋଜନା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ।  ଏହି ଯୋଜନା ସରକାର ପ୍ରଣୟନ କରି କଳାକାର  ମାନଙ୍କୁ  ଯେଊଁ ସମ୍ମାନ ପ୍ରଦର୍ଶନ କରିଚ୍ଥନ୍ତି ସେଥିପାଇଁ କଳାକାରମାନେ ଗର୍ବିତ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି ।  ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଜିଲ୍ଲାର କଳାକାର ମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଉପକୃତ ହୋଇଥିବା ଓ ଅନ୍ୟାନ୍ୟ କଳାକାର ମାନଙ୍କ ପକ୍ଷରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଉଦ୍ଘାଟକ ଭାବେ ଯୋଗଦେଇ ଶ୍ରୀ ମହାନ୍ତି କଳାକାର ମାନେ ଆଉ ଦୁସ୍ଥ ନୁହଁନ୍ତି, ପୂର୍ବାପେକ୍ଷା ଅଧିକ କଳା ବିଭାଗକୁ ଏଥିରେ ସାମିଲ କରାଯାଇ ଥିବାରୁ ସର୍ବାଧିକ କଳାକାର ଏହାଦ୍ୱାରା ଉପକୃତ ହେଉଚ୍ଥନ୍ତି ବୋଲି ମତଦେଇ ଜିଲ୍ଲା  ପ୍ରଶାସନ ଅଡିସନ ମାଧ୍ୟମରେ କଳାକାର ଚୟନ କରି ଯେଉଁ ସ୍ୱଚ୍ଚ୍ଥତା ପ୍ରତିପାଦିତ କରିଚ୍ଥନ୍ତି ତାହା ବେଶ ସ୍ୱାଗତ ଯୋଗ୍ୟ ବୋଲି କହିଥିଲ ।  ଜିଲ୍ଲାପାଳ ରଂଜନ କୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରମାଣିତ କରିଚ୍ଥି ଯେ, ଯାଜପୁର ଜିଲ୍ଳ୍ାର କଳାକାର ସରକାରଙ୍କର ଏହି ଉପାଦେୟ କାର୍ଯ୍ୟକ୍ରମକୁ କୃତଜ୍ଞତା ଜଣାଇବାରେ ସର୍ବଦା ଅଗ୍ରଣୀ ।  ଯାଜପୁର ଜିଲ୍ଲା   କଳାରେ ଅଗ୍ରଣୀ ।   ଯାଜପୁର  ଭବିଷ୍ୟତରେ ରାଜ୍ୟର କଳା କ୍ଷେତ୍ର ଭାବେ ପରିଚିତ ଲାଭ କରିବ ।   ଯେଉଁ ଜାତି, ବ୍ୟକ୍ତି କୃତଜ୍ଞତା ନ ଜଣାଏ   ସେ ଆଗକୁ ବଢିପାରେ ନାହିଁ ବୋଲି କିଲ୍ଲାପାଳ ଶ୍ରୀ ଦାସ କହିବା ସହ ଅନ୍ୟ ଜିଲ୍ଳ୍ା ମାନେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଥିଲେ ।  କିଲ୍ଲାକୁ ଅଧିକ କଳାକାର ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଚ୍ଥି ।  ତେବେ କଳାକାରଙ୍କର ସ୍ୱତଃପୃତଃ ଉପସ୍ଥିତି, କଳା ପ୍ରତି ସେମାନଙ୍କର ଉସôର୍ଗୀକୃତ ଭାବନା ଓ ଯୋଜନା ପ୍ରତି ସେମାନଙ୍କର କୃତଜ୍ଞତା ଆମ  ମହାନ ପରମ୍ପରାକୁ  ପ୍ରକଟ କରୁଚ୍ଥି ବୋଲି ସେ ମତ ଦେଇଥିଲେ ।  ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ   ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କଳା,  କଳାର ଊନ୍ନତି ଓ କଳାକାରର ବିକାଶ ପାଇଁ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କଳାକାର ମାନେ  ସେମାନଙ୍କର  କଳାକୁ ଋଦ୍ଧିମନ୍ତ କରି ଜିଲ୍ଲାକୁ ସମୃଦ୍ଧି ଆଣିବାକୁ ଅନୁରୋଧ କରିଥିଲେ ।  ଜିଲ୍ଳ୍ା କଳା ସଂସ୍କୃତି ସଂଘର ଉପସଭାପତି ଅନିରୁ୍ଦ୍ଧ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା   ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ ।  ପ୍ରାରମ୍ଭରେ ରସୁଲପୁର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମୋହନ ଚରଣ ମଲ୍ଲିକ ଅତିଥି ପରିଚୟ, କୋରାଇ ବ୍ଳକ  ଉପସଭାପତି ପ୍ରପୁଂଲ ଆଚାର୍ଯ୍ୟ ଶ୍ଳୋକପାଠ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  କଳାକାର ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ମୁଖ୍ୟମନ୍ତ୍ରୀ ଧନ୍ୟବାଦ ନାମରେ କଳାକାର ମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା   ସହର ପରିକ୍ରମା କରି ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା ।  ବିଭିନ୍ନ ବ୍ଲକର କଳାକାର ମାନେ  ଖୁସିରେ ବିବିଧ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ୧୦ ଟି ଯାକ ବ୍ଲକ   କଳା ସଂସ୍କୃତି ସଂଘର ଉପସଭାପତି ମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ୧ ହଜାରରୁ ବ୍ଲକର୍ କଳାକାର ଏଥିରେ ଯୋଗଦାନ କରି ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ । 

Leave A Reply

Your email address will not be published.