ନିର୍ମାଣ ଶ୍ରମିକ ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି

0

କୁଚିଣ୍ଡା (ଲିପନ ନାଏକ )ସମ୍ବଲପୁର ଜିଲା କୁଚିଣ୍ଡା ସ୍ଥିତ ଶ୍ରମିକ ଭବନଠାରେ ଶୁକ୍ରବାର ପଶ୍ଚିମ ଓଡିଶା ନିର୍ମାଣ ଶ୍ରମିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ଗଜେନ୍ଦ୍ର ଭୋଇ ଅଧ୍ୟକ୍ଷତା କରିଥିବାବେଳେ। କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ମହାସଚିବ ତଥା ଶ୍ରମିକ ନେତା ଇନ୍ଦ୍ରଜିତ ତାଣ୍ଡି ଯୋଗ ଦେଇ କୁଚିଣ୍ଡା, ବାମରା, ଜମନକିରା ଓ କୁଚିଣ୍ଡା ଏନଏସି ସହ ସମ୍ବଲପୁର ଜିଲାରେ କିପରି ସମସ୍ତ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ଆଲୋଚନା କରିଥିଲେ। ଅପରପକ୍ଷେ ପଞ୍ଜିକୃତ ଶ୍ରମିକଙ୍କ ହକ୍ ହାସଲ ପାଇଁ ସଂଘ ଲଢେଇ ଜାରି ରଖିବାକୁ ପ୍ରକାଶ କରିଥିଲେ । ବୈଠକରେ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକ ଅଞ୍ଚଳରୁ ଶତାଧିକ ନିର୍ମାଣ ଶ୍ରମିକ ଯୋଗଦେଇଥିଲେ | ଟିକେଶ୍ୱର କିଷାନ ବୈଠକ ପରିଚାଳନା କରିଥିବା ବେଳେ ଉପସଭାପତି କ୍ଷିରୋଦ କୁମାର କିଷାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନରେନ୍ଦ୍ର ଛତ୍ରିଆ, ଶ୍ୟାମସୁନ୍ଦର ଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.