ଅସ୍ତରଙ୍ଗ ୭/୧୨- :ଅସ୍ତରଙ୍ଗ ସ୍ଥିତ ସରସ୍ବତୀ ଶିଶୁମନ୍ଦିର ର ୨୮ ତମ ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଛି, ଦୁଇ ଦିନ ଧରି ଭଣ୍ଡରପଦା କ୍ରୀଡା ପ୍ରାଙ୍ଗଣରେ ଏହି କ୍ରୀଡା ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ୩୭୬ ଜଣ ଶିଶୁ ମୋଟ ୫୮ ଟି ବିଭାଗୀୟ କ୍ରୀଡା ରେ ଅଂଶଗ୍ରହଣ କରି ନିଜ ନିଜ ର କ୍ରୀଡା ଦକ୍ଷତା ପ୍ରତିପାଦନ କରିଛନ୍ତି l ଏହି ଉଦଯାପନୀ ଉତ୍ସବ ରେ ବନ୍ତିଲୋ ଜନତା ଉଚ୍ଚବିଦ୍ୟାଳୟ ଶାରୀରିକ ଦକ୍ଷତା ଶିକ୍ଷକ ଶ୍ରୀଯୁକ୍ତ ଲଷ୍ମୀଧର ବେହେରା ଯୋଗ ଦେଇ କ୍ରୀଡା ସହିତ ଶାରୀରିକ ଦକ୍ଷତା ବିକାଶ ର ଆବଶ୍ୟକତା ଓ ଏହା ଦ୍ୱାରା ଛାତ୍ରଛାତ୍ରୀ ଙ୍କର ମାନସିକ, ଶାରୀରିକ ଓ ସାମାଜିକ ଦକ୍ଷତା ବୃଦ୍ଧି ପାଇବା ର ମୌଳିକ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ସଟଫୁଟ, ଲଙ୍ଗଜମ୍ପ, ହାଇଜମ୍ପ, ଜବାଲିଂ ଥ୍ରୋ, ଦୌଡ଼ ଏହିଭଳି କ୍ରୀଡା ଅନୁଷ୍ଠିତ ହୋଇଛି, ଛାତ୍ରଛାତ୍ରୀ ମାନଙ୍କର ଚମତ୍କାର କ୍ରୀଡା କୌଶଳ ଉପସ୍ଥିତ ଅତିଥି ଙ୍କ ସମେତ ଦର୍ଶକ ଙ୍କ ମନଙ୍କୁ ବେଶ ଆପ୍ରାହିତ କରିଥିଲା, ଅନ୍ୟ ମାନଙ୍କ ଭିତରେ ପ୍ରଧାନ ଆଚାର୍ଯ୍ୟ ଅଶୋକ ପରିଡା ଓ ଶାରୀରିକ ଶିକ୍ଷା ପ୍ରମୁଖ ପ୍ରଦୀପ୍ତ ମିଶ୍ର ସଂଯୋଜନା କରିଥିଲେ,କ୍ରୀଡା ପରିଚାଳନା ରେ ଆଚାର୍ଯ୍ୟ ଦିବାକର ପ୍ରଧାନ, ଯୋଗେନ୍ଦ୍ର ସ୍ୱାଇଁ, ରମେଶ ମୁଦୁଲୀ ଓ ରବୀନ୍ଦ୍ର ସେନାପତି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଚାର୍ଯ୍ୟା ସୀତା ଓ ମମତା ଗୁରୁମା ନିଜ ଦାୟିତ୍ୱ ସୁଚାରୁ ରୂପେ କାର୍ଯ୍ୟକାରୀ କରିଥିଲେ l ବିଦ୍ୟାଳୟ ର ଅନ୍ୟ ଗୁରୁଜୀ ଗୁରୁମା ମାନେ କ୍ରୀଡା ଉତ୍ସବ ରେ ସ୍ୱତନ୍ତ୍ର ପରିଚାଳନା କରିବା ସହ ସହଯୋଗ ପ୍ରଦାନ କରିଥିଲେ,ବିଦ୍ୟାଳୟ ସଭାପତି ରମାନାଥ ପରିଡା ଓ ବିପିନ ବିହାରୀ ମହାନ୍ତି ଯୋଗ ଦେଇ ଚମ୍ପିୟାନ ମାନଙ୍କ ନାମ
କୁ ଘୋଷଣା କରିଥିବା ବେଳେ ଆଚାର୍ଯ୍ୟ ପ୍ରଦୀପ ବେହେରା ଧନ୍ୟବାଦ ପ୍ରଦାନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.