ଗୋଚର ଜାଗାକୁ ଯୋରଜବରଦସ୍ତ ହଡ଼ପ ଉଦ୍ୟମ

0

ଆର ଆଇ, ପୋଲିସ, ପଂଚାୟତବାସୀ ଙ୍କ ଉପସ୍ଥିତିରେ ଗୋଚର ଜମିକୁ ନୂତନ ଧାନମଣ୍ଡି ଭାବେ ଚି଼ହ୍ନଟ କରାଗଲା

ଜମନକିରା ( ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତର ଗ୍ରାମ ସଂରକ୍ଷିତ ଅଂଚଳକୁ ଜଣେ ବାହାରି ଲୋକ ନିଜ ଜମି ବୋଲି ହଡପ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରି ଆରଆଇ,ପୋଲିସ, ଓ ପଂଚାୟତବାସୀ ଙ୍କ ଉପସ୍ଥିତି ରେ ଗୋଚର ଜମିକୁ ନୂତନ ଧାନମଣ୍ଡି ରୂପେ ଚି଼ହ୍ନଟ କରାଯାଇଛି l

ସୂଚନାଯୋଗ୍ୟ ଯେ ଜମନକିରା ବ୍ଲକ ବଡ଼ମାଳ ପଂଚାୟତର କାର୍ଯ୍ୟଳୟ ଶମ୍ଭୁଖରେ ପ୍ରତ୍ୟେକ ବର୍ଷ ଧାନମଣ୍ଡି ବସୁଥିବା ବେଳେ ସେଠି ଧାନମଣ୍ଡି ପାଇଁ ଉପଯୁକ୍ତ ସ୍ଥାନ ହୋଇପାରୁନଥିବା ସହ ଜଗାର ଅଭାବ ହେଉଛି l ଏହାକୁ ନେଇ ଅନେକ ବର୍ଷରୁ ପଂଚାୟତ ବାସୀ ସଂଘର୍ଷ କରି ଜିଲ୍ଲାପାଳ, ତହସିଲଦାର, ଆରଆଇ ଙ୍କ ହଁ ମଞ୍ଜୁରରେ ବଡ଼ମାଳ ପଂଚାୟତ ବାଷ୍ଟାଣ୍ଡ ନିକଟରେ ୨ ଏକର ଗୋଚର ଜମି କୁ ଚୟନ କରିଥିଲେ l ଏହାକୁ ନେଇ ଚଳିତ ବର୍ଷ ସେହି ସ୍ଥାନକୁ ଧାନମଣ୍ଡି ଭାବେ ଆରମ୍ଭ କରିବା ପାଇଁ ସଫା ସୁତରା କରାଯାଉଥିବା ବେଳେ ଭୋଜପୁର ପଂଚାୟତ ସାଉନ୍ତିମାଲ ଗ୍ରାମର ମନୋଜ ଛତ୍ରିଆ ଓ ବୈଷ୍ଣବ ଛତ୍ରିଆ ସେହି ଗୋଚର ସ୍ଥାନକୁ ଆସି ସଫେଇ କରୁଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜ କରିଥିବା ସହ ନିକଟରେ ପଞ୍ଚାୟତ କମ୍ପ୍ଲେକ୍ସ ରେ ହୋଟେଲ ଦେଇଥିବା ମହିଳାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ l ଏହାକୁ ନେଇ ଗ୍ରାମବାସୀ ଜମନକିରା ପୋଲିସ ଓ ତହସିଲଦାର ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ l ପୁଣି ମନୋଜ ଅନ୍ୟ ଦିନ ରାତି ପାହାନ୍ତିଆ ଆସି ସେହି ସ୍ଥାନକୁ ଟ୍ରାକ୍ଟରରେ ହଳ କରିଦେଇଥିଲେ l ଏହାକୁ ନେଇ ଆଜି ସମସ୍ତ ପଂଚାୟତ ବାସୀ, ଆର ଆଇ, ପୋଲିସ, ଗ୍ରାମରଖି ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତି ରେ ଗୋଚର ଜମିର ୧ ଏକର ଜାଗାକୁ ସରକାରଙ୍କ ନିୟମାନୁସାରେ ଧାନମଣ୍ଡି ପାଇଁ ଚି଼ହ୍ନଟ କରିଛନ୍ତି l ଏହା ସହ ଅନ୍ୟ ଅଞ୍ଚଳର ଜଣେ ବ୍ୟକ୍ତି ଆସି ଏହି ଅଂଚଳର ଜମି କୁ ନିଜସ୍ୱ ଜମି ବୋଲି ଅଧିକାର ଜମାଇ ନେଉଥିବା ରୁ ଉକ୍ତ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି l

Leave A Reply

Your email address will not be published.