ବାସୁଦେବପୁର – ଅହେତୁକ ଦରଦାମ ବୃଦ୍ଧି, ଆଦାନୀ କୁ ଅହେତୁକ ଅନୁକମ୍ପା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନିର୍ବାଚନ ରେ ମିଥ୍ୟା ପ୍ରତିଶ୍ରୁତି ଓ ଯୋଜନା ର ବିଫଳତା ଆଦି ପ୍ରସଙ୍ଗ କୁ ନେଇ ବାସୁଦେବପୁର ଯୁବ କଂଗ୍ରେସ ପକ୍ଷ ରୁ ଏକ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଯୁବ କଂଗ୍ରେସ କର୍ମୀମାନେ ସ୍ଥାନୀୟ କାଳୀ ମଣ୍ଡପ ଛକ ନିକଟରେ ଏକ ଜୁଟ ହୋଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ ବେହେରା ଙ୍କ ନେତୃତ୍ଵ ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ ଙ୍କ ସହ ସନ୍ତୋଷ ପାତ୍ର, ରମେଶ ଚାନ୍ଦ, ଅକ୍ଷୟ ବାରିକ୍,ହରିଶଙ୍କର ପଟ୍ଟନାୟକ, ବାଦଲ ନାୟକ, ଚନ୍ଦନ ନାୟକ, ସୁଦର୍ଶନ ମହାକୁଡ , ଦୀପକ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ।
