ଯୁବରାଜ କଂସଙ୍କ ରାଜ୍ୟାଭିଷେକ କଲେ ରାଜୁ ଘିବେଲା : ଦୁର୍ନିତିର ପର୍ଦାଫାସ ସହ ସମାଧାନ ପାଇଁ କଲେ ଆବେଦନ

0

ଝାରବନ୍ଧ/ସଦାନନ୍ଦ ବେହେରା -ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଛୋଟଅନକି ପଂଚାୟତ ଅନ୍ତର୍ଗତ ଘୁଚାପାଲି ଠାର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି  । ପୌରାଣିକ କଥାବସ୍ତୁ ଅନୁସାରେ ସ୍ୱର୍ଗରୁ ଏକ ଶୁନ୍ୟ ବାଣୀ ହୋଇଥିଲା କି ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ଯୁବରାଜ କଂସର ମୃତ୍ୟୁର କାରଣ ,ସେହିଦିନ ଠାରୁ ଯୁବରାଜ କଂସ ସେହି ସନ୍ତାନକୁ ମାରିବା ପାଇଁ ଚକାନ୍ତ କରିଥିଲା ଏବଂ ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ରାଜା ହେବା ପାଇଁ ପ୍ରସ୍ତୁତ କରିଥିଲା । ସେହିକ୍ରମରେ ପ୍ରଥମ ଦିନ ରାଜଦରବାରରେ ଯୁବନେତା ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବରାଜ କଂସଙ୍କ ରାଜ୍ୟାଭିଷେକ  କରି କଂସଙ୍କୁ ମହାରାଜରେ ପରିବର୍ତନ କରିଥିଲେ  । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସନ୍ତୋଷ ବେହେରା,ଜଗଦିଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ସ୍ଥାନୀୟ ଅଂଚଲର ସମସ୍ୟା ଓ ଝାରବନ୍ଧ ଅଂଚଲର ଦୁର୍ନୀତିକୁ ଆଗାମୀ ଦିନରେ ପର୍ଦାଫାଶ କରି ଦୋଷୀକୁ ଶାସ୍ତି ଦେବା ସହ ଏହାର ସମାଧାନ ପାଇଁ  ମହାରାଜ କଂସଙ୍କ ନିକଟରେ ଯୁବନେତା ରାଜୁ ଘିବେଲା ଅନୁରୋଧ କରିଥିଲେ  । କଂସ ଦରବାରରେ କମିଟିର ସଭାପତି ସରୋଜ ଗଡତିଆ,ମିନକେତନ ସାହୁ,ଶିବପ୍ରସାଦ ପ୍ରଧାନ,ଜୟକୁମାର ସାହୁ,ଅକ୍ଷୟ ପ୍ରଧାନ ଓ ସତ୍ୟମ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ  ।

Leave A Reply

Your email address will not be published.