୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ : କଂସଙ୍କ ପରେ ବରଣ ହେଲେ ମନ୍ତ୍ରୀ ଶକ୍ରାଜିତ୍ୟ ଓ ଅକ୍ରୁର 

0

||ଗାଇସିଲେଟ/କେଦାର ନାଥ ସାହୁ||

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବପାଇଁ ଗତ ତା୨୮/୧୨/୨୦୧୮ରିଖ କଂସ ବରଣ ସଂପୂର୍ଣ୍ଣ ହୋଇ ଥିବା ବେଳେ ଆଜି ମହାମନ୍ତ୍ରୀ ଶକ୍ରାଜୀତ ଏବଂ ଅକ୍ରୁର ଭୂମିକା ପାଇଁ କଳାକାର ବରଣ କରାଯାଇଛି । ଏ ବର୍ଷ କଂସ ଭୂମିକାରେ ମଞ୍ଚାସିନ ହେବେ ଶ୍ରୀ ହୃଷିକେଶ ଭୋଇ ।ମହାମନ୍ତ୍ରୀ ଶକ୍ରାଜୀତ ପାଇଁ ଦେଳଗୋବିନ୍ଦ ସାହୁଙ୍କୁ ବରଣ କରାଯାଇଥିବା ବେଳେ ଅକ୍ରୁର ଭୂମିକା ପାଇଁ ବିରଥ ଭୋଇଙ୍କୁ ବରଣ କରାଯାଇଛି । ପ୍ରକାଶ ଥାଉକି ମହାମନ୍ତ୍ରୀ ଶକ୍ରାଜୀତ ପାଇଁ ବରଣ କରାଯାଇଥିବା ଦୋଳଗୋବିନ୍ଦ ସାହୁ ଜଣେ ଉଚ୍ଚକୋଟୀର ମଞ୍ଚ କଳାକାର ଅଟନ୍ତି ସେ ଦୀର୍ଘ ୩୪ବର୍ଷ ଧରି ଏହି ବୋଡାସମ୍ବର ଧନୁଯାତ୍ରା ମହୋତ୍ସବରେ ମହାମନ୍ତ୍ରୀ ଶକ୍ରାଜୀତ ଭୂମିକାରେ ଅଭିନୟ କରିଆସିବା ସହିତ ସେ ସର୍ବମୋଟ ୩୯ଟି ମଞ୍ଚରେ କଂସ ଏବଂ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଏବର୍ଷ ଅକ୍ରୁର  ଭୂମିକା ପାଇଁ ବିବେଚିତ ହୋଇଥିବା ବିରଥ ଭୋଇ ମଧ୍ୟ ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି । ସେ ଦୀର୍ଘ ପାଞ୍ଚ ବର୍ଷ ଧରି ଏହି ଯାତ୍ରା ମଞ୍ଚରେ ଅଭିନୟ କରି ଆସୁଛନ୍ତି ଏବଂ ସେ ସର୍ବମୋଟ ୨୩ଟି ମଞ୍ଚରେ ଅଭିନୟ କରି ନିଜର କଳା ପ୍ରଦର୍ଶନ କରିଛନ୍ତି । କମିଟିର ସଭପତି ଶ୍ରୀ ମୋତିଲାଲ ସାହୁ,ସଂପାଦକ ଚୈତନ୍ୟ  ସାହୁ, କୋଷାଧ୍ୟକ୍ଷ ନୀଳକଣ୍ଠ ସାହୁ,ଉପସଭାପତି ନାରଦ ବରିହା, ସହ ସଂପାଦକ ନୀଳମଣି ବରିହା,ପ୍ରଜେକ୍ଟ ଲିଡର ଭିଷ୍ମଦେବ ମହାନ୍ତି,କୃଷ୍ଣ ସାହୁ, ପାଣ୍ଡବ ସାହୁ,ଦିନ ସାହୁ, ଶଙ୍କର ସାହୁ, ସରୋଜ ପଟେଲ,ଶନି ବରିହା,ଅଶୋକ ଦାଶ, ଗିରିଧାରୀ ସାହୁ,ସତ୍ୟ ସାହୁ,ଶାସକ ପ୍ରଶାସକର ସାମ୍ବାଦିକ କେଦାର ନାଥ ସାହୁଙ୍କ ଉପସ୍ଥିତିରେ କଳାକାର ବରଣ କରାଯାଇଥିଲା । ପୂର୍ବରୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ହୃଷିକେଶ ଭୋଇଙ୍କୁ ଧନୁଯାତ୍ରା କମିଟି ତରଫରୁ ଯାତ୍ରା କମିଟି ତରଫରୁ ବରଣ କରାଯାଇଥିଲା। କମିଟର ସଭାପତିି ଶ୍ରୀ ମୋତିଲାଲ ସାହୁ ପୁଷ୍ପମାଲ୍ୟ ଅର୍ପଣ କରି କଳାକାରମାନଙ୍କୁ ବରଣ କରିଥିଲେ । 

Leave A Reply

Your email address will not be published.