ସାମ୍ବାଦିକଙ୍କ ମାତାଙ୍କ ଦେହାନ୍ତ 

0

ବଲାଙ୍ଗୀର,/ନିରୋଜ ମିଶ୍ର : ଶନିବାର ପ୍ରଗତିବାଦୀର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ମାତୃବିୟୋଗ ଘଟିଛି । ସ୍ୱର୍ଗତ ମୂରଳୀଧର ପଣ୍ଡାଙ୍କ ପତ୍ନୀ ସୁଭଦ୍ରାଙ୍କର ସକାଳ ୬.୪୫ସମୟରେ ୯୦ ବର୍ଷ ବୟସରେ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ନିକଟସ୍ଥ ଗଜପାଲି ଗାଁରେ ଦେହାନ୍ତ ହୋଇଛି । କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ  ଅସୁସ୍ଥ ରହିଥିଲେ । ଆଜି ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୪ ପୁଅ ଓ ୨ ଝିଅ, ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ । ଗାଁର ପିପଲମୁଣ୍ଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ବାସୁଦେବ ବଣ୍ଡା ତାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଣ୍ଡା ଜଣେ ଧର୍ମପରାୟଣା, ସ୍ନେହୀ ଓ ମେଳାପି ମହିଳା ଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ବଡଝିଅ ଇନ୍ଦିରା, ସାନଝିଅ ପ୍ରମିଳା, ବଡପୁଅ ବାସୁଦେବ, ଶଙ୍କର୍ଷଣ, ଯୋଗୀନ୍ଦ୍ର ଓ ପୁର୍ଣ୍ଣଚନ୍ଦ୍ର ପଣ୍ଡା ଶୋକାକୂଳ ଅବସ୍ଥାରେ ରହିଛନ୍ତି । ଗଜପାଳିରେ ଅନୁଷ୍ଠିତ  ଶେଷକୃତ୍ୟରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲକ୍ଷ୍ମଣକୁମାର ମେହେର, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୁଜାରୀ, ସମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ, ଚିନ୍ମୟ ମିଶ୍ର, ବିଶ୍ୱଜିତ ଦାସ, ସତ୍ୟବତୀ ବେହେରା, କପିଳାସ ସେଠ୍, ଅନ୍ତର୍ଯ୍ୟାମୀ ସାହୁ, ସତ୍ୟନାରାୟଣ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ଅଶୋକ ନନ୍ଦ, ଟିକଲ ପୁଟେଲ, ପ୍ରିୟବ୍ରତୀ ସାହୁଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଥିଲେ । 

 

 

Leave A Reply

Your email address will not be published.