ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ , ୬.୬ ଡିଗ୍ରୀକୁ ଖସିଲା ପାରଦ

5

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କ୍ରୁଷି ଗବେଷଣା କେନ୍ଦ୍ର। ରବିବାର ଦିନ ୭.୭ ଡିଗ୍ରୀ ଥିବା ବେଳେ ସୋମବାର ଦିନ ୭.୨ ଡିଗ୍ରୀ ରହିଥିଲା । ସେହି ପରି ଫୁଲବାଣୀରେ 10 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ 10.5 ଡିଗ୍ରୀ ଥିବା ସୂଚନା ମିଳିଛି l ଘୁ.ଉଦୟଗିରି ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା। ଜଗଂଲଜାତ ସାମଗ୍ରୀ ବିକ୍ରୀ କରୁଥିବା, ରାସ୍ତା କଡରେ ବସି ବନି ପରିବା ବିକ୍ରୀ କରୁଥିବା ବ୍ଯବସାୟୀ ଚାଷୀ କଂ ଶୀତ କଷ୍ଟ ବଢେଇ ଦେଇଛି ଶୀତ । ଅନ୍ଯ କିଛି ଉପାୟ ନପାଇ ପେଟକୁ ଦାନା ଯୋଗାଡ କରିବାକୁ ବାଧ୍ଯ ହୋଇଛନ୍ତି । ହଠାତ୍ ଏକ ସପ୍ତାହ ଭିତରେ ୧୦ ଡିଗ୍ରୀ କମିବା ଫଳରେ ଛୋଟ ପିଲାମାନକଂ ସହିତ ବୃଦ୍ଧାବୃଦ୍ଧାମାନେ ଶୀତ ଯୋଗୁ ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇଛି । ଫଳରେ ବଢିଛି ଥଣ୍ଡା, ଟନସିଲାଇଟିସ, ଗାଲୁଆ ରୋଗ ବଢିବାରେ ଲାଗିଛି । ଛୋଟ ପିଲାମାନକଂ ସ୍କୁଲ ଟିୟୁସନ ଯିବା କଷ୍ଟକର ହୋଇଥିବା ବେଳେ ଅସହାୟ, ପକ୍କା ଘର ନଥିବା ଲୋକକଂ ଚିନ୍ତା ବଢି ଯାଇଛି ।

ଏପରି ଗାଇ ଗୋରୁକଂ ଶୀତ ଅସହ୍ଯ ହୋଇ ପଡିଛି। ଅତ୍ଯଧିକ ଥଣ୍ଡା କାରଣରୁ ଗାଇମାନଙ୍କର ଟେମ୍ପରଚର କମିଯିବା ଫଳରେ ଖାଇବା ଛାଡି ଦେଉଛନ୍ତି ବୋଲି କହିଛନ୍ତି ଗୋ ପାଳକ ରାମହରି ପଣ୍ଡା । ଶୀତକୁ ଦ୍ରୁଷ୍ଟିରେ ରଖି ବିଗ୍ଯାଂପିତ ଅଂଚଳ ପରିଷଦ ତରଫରୁ ସହରରେ ଆଜି ଶୀତ କାଳିନ ଆଶ୍ରୟସ୍ଥଳ ଖୋଲାଯାଇଛି । ଏବେ କଲ୍ୟାଣ ମଣ୍ଡପରେ ଖୋଲାଯାଇ ଥିବା ଆବଶ୍ଯକ ବଡିଲେ ଅଧିକ ଖୋଲାଯିବ ବୋଲି କହିଛନ୍ତି କାଯ୍ଯନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଗୀଂ । ଘୁ.ଉଦୟଗିରି ବ୍ଲକର ଗ୍ରାମାଞ୍ଚଳ ଅର୍ଥାତ ତୁମୁସିଙ୍ଗିଆ, ମୁକୁଲିଗିଆ, ସିପାଏଜୁ, ସିରିକି, ରାଇକଲା ଇତ୍ୟାଦି ଅଞ୍ଚଳରେ ମଧ୍ୟ ଆତ୍ୟଧିକ ଥଣ୍ଡା ହେଉ ଥିବା ଦେଖା ଦେଇଛି l ଯାହା ପାଇଁ ଅଂଚଳ ବାସୀ ସନ୍ଧ୍ୟା 4 ହେଲେ ନିଆଁର ସାହାରା ନେବା ସହ ଟାଟି କବାଟ ଦେଇ ରହୁ ଥିବା କହିଛନ୍ତି l ଏହି ଥଣ୍ଡାର ମଜା ନେବା ପାଇଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ହୋଇଛି l

Leave A Reply

Your email address will not be published.