ଓଡ଼ଗାଁ,୨୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ, ଗୌଡ଼ପୁଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ରୋମାଞ୍ଚକର ମୁକାବିଲା ହୋଇଛି। ଆୟୋଜକ ନେତାଜୀ କ୍ଲବ, ଗୌଡ଼ପୁଟ ଓ ବୋଲଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲରେ ସମାନ ସ୍ଥିତିରେ ରହିଥିଲେ। ପରେ ଟାଇବ୍ରେକର ଜରିଆରେ ବୋଲଗଡ଼ ଦଳ ୩-୧ ଗୋଲରେ ଆୟୋଜକ ଦଳକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୌଡ଼ପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ତ୍ରିନାଥ ନାୟକ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ଖିଲାରଙ୍କ ସହ ପଦ୍ମନାଭ ପ୍ରଧାନ, ସାରଙ୍ଗଧର ପ୍ରଧାନ, ପଦ୍ମନାଭ ମହାରଣା, ନିତ୍ୟାନନ୍ଦ ପ୍ରଧାନ, ଜଗଦୀଶ ମିଶ୍ର ଓ ନରସିଂହ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମ୍ୟାଚ୍ର ଶୁଭାରମ୍ଭ କରିଥିଲେ। ଖେଳକୁ ମନୋରଞ୍ଜନ ଦାଶ, କୈଳାସ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ ନାୟକ, ଜଗନ୍ନାଥ ପରିଡ଼ା ଓ ସୂର୍ଯ୍ୟକାନ୍ତ ଦଳବେହେରା ପରିଚାଳନା କରିଥିଲେ। ତ୍ରିନାଥ ପ୍ରଧାନ, କେଦାର ଚନ୍ଦ୍ର ସାହୁ ଓ ଜଗନ୍ନାଥ ବାରିକଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଖେଳର ତଦାରଖ କରିଥିଲେ। ଶିକ୍ଷକ ଶ୍ରୀଧର ପରିଡ଼ା ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ନରେଶ ଏଫ୍ସି ଓ ରଣପୁର ଦଳ ମଧ୍ୟରେ ମୁକାବିଲା ହେବ ବୋଲି ଆୟୋଜକ ପକ୍ଷରୁ କେଦାର ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
ଦ୍ବିତୀୟ ଡେଭିଡ୍ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ :ଗବର ଇଲେଭେନ ଓ ଜେଏମ୍ଡି ବିଜୟୀ
Next Post