ଜଗତସିଂହପୁର,ତା-୧୯.୧୧.୨୦୨୪/ସୁମନ୍ତ କୁମାର ଦାସ: ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛ ଶୌଚାଳୟ ଅଭିଯାନ ୧୯.୧୧.୨୪ ଠାରୁ ୧୦.୧୨.୨୪ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଜିଲ୍ଲା ଜଳ ଓ ପରିମଳ ମିଶନ ର ପ୍ରଥମ କାର୍ଯ୍ୟନିର୍ବାହୀ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି। “ଆମର ଶୌଚାଳୟ: ଆମର ସମ୍ମାନ” ଥିମ ରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସ୍ୱଚ୍ଛତା ଏବଂ ଶୌଚାଳୟ ର ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ନିଜର ସଚେତନତା ଓ ବ୍ୟବହାର ରେ ପରିବର୍ତ୍ତନ ଦ୍ଵାରା ସମ୍ଭବ ବୋଲି କହିଥିଲେ। ତୃଣମୂଳ ସ୍ତରରେ ଏହି ଅଭିଯାନ କୁ ସଫଳ କରିବା ପାଇଁ ପି ଆର୍ ଆଇ ମେମ୍ବର, ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ପରିମଳ ବ୍ୟବସ୍ଥା ଉପରେ ଅଧିକ ଫୋକସ୍ କରୁଛନ୍ତି ଏବଂ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ଉନ୍ନତ ସ୍ବାସ୍ଥ୍ୟ ପାଇଁ ପରିମଳ ବ୍ୟବସ୍ଥା ହେଉଛି ଗୁରୁତ୍ୱପୂର୍ଣ୍ଣ। ବାହାରେ ମଳତ୍ୟାଗ କରିବା ଏକ ଖରାପ ଅଭ୍ୟାସ। ଶୌଚାଳୟ ସବୁ ଜାଗାରେ ରହିଛି କିନ୍ତୁ ଏହାର ଉପଯୋଗ ହେବା ଦରକାର। କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ହେବା ଆବଶ୍ୟକ। ଆମ ଦେଶରେ ସ୍ୱଚ୍ଛ ଭାରତ ମିଶନ ୨୦୧୪ ମସିହାରୁ ଆରମ୍ଭ ହୋଇଛି। ୨୦୧୯ ରେ ଆମ ରାଜ୍ୟକୁ ବାହ୍ୟ ମଳମୁକ୍ତ ରାଜ୍ୟଭାବେ ଘୋଷଣା କରାଯାଇଛି। ପରିମଳ ସୁସ୍ଥ ରଖିବାରେ ସ୍ଵୟଂ ସହାୟକ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଥିଲେ ଜିଲ୍ଲାପାଳ।ଏ ବର୍ଷ ଶୌଚାଳୟ ଦିବସର ବିଷୟବସ୍ତୁ ରହିଛି “ଆମ ଶୌଚାଳୟ ଆମ ସମ୍ମାନ” ।ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାଣ ଜେଠୀ ବିଶ୍ଵ ଶୌଚାଳୟ ଦିବସ ର ଆଭିମୁଖ୍ୟ ଏବଂ ଏଥିନିମନ୍ତେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ। ଜିଲ୍ଲା ରେ ୧୯.୧୧.୨୪ ରୁ ୧୦.୧୨.୨୪ ରିଖ ପଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗ୍ରାମ ପଞ୍ଚାୟତ ଏବଂ ବ୍ଳକ୍ ସ୍ତରରେ ବ୍ୟକ୍ତିଗତ ଘରୋଇ ପାଇଖାନା (ଆଇ ଏଚ ଏଚ ଏଲ) ତଥା ଗୋଷ୍ଠୀ ଶୌଚାଳୟ ର କାର୍ଯ୍ୟକାରିତା ଓ ସ୍ୱଚ୍ଛତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗ୍ରାମ ପଞ୍ଚାୟତ ସ୍ତର,ବ୍ଲକ୍ ସ୍ତର ଓ ଶେଷରେ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବିବେଚିତ ଶୌଚାଳୟ ଗୁଡ଼ିକୁ ରାଜ୍ୟ ସ୍ତରୀୟ ପୁରସ୍କାର ନିମନ୍ତେ ମନୋନୀତ କରାଯିବ।୧୯ ନଭେମ୍ବର ଦିନ ବିଶ୍ଵ ଶୌଚାଳୟ ଦିବସ ପାଳିତ ହୁଏ ଓ e ବର୍ଷ ର ଥୀମ ରହିଛି, “ଟୟଲେଟ, ଏ ପ୍ଲେସ ଅଫ ପିସ୍”। ଏହି ଅବସରରେ ଜିଲ୍ଲାପାଳ ଆଇ ଏଚ ଏଚ ଏଲ ର ହିତାଧୀକାରୀ ମାନଙ୍କୁ ପ୍ରମାଣପତ୍ର ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post