ବାଣପୁର:(ସେକ୍ କୌସର):ବାଲୁଗାଁ -ବାଣପୁର ସ୍ମୃତି କମିଟି ତଥା ସାହିତ୍ୟ ସିନ୍ଦୁରା ଅନୁଷ୍ଠାନର ଆନୁକୂଲ୍ୟରେ ବିଧାରପୁରସ୍ଥ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ଠାରେ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ନୃସିଂହ ଚରଣ ସାମନ୍ତ ସିଂହାରଙ୍କ ସ୍ମୃତିସଭା ପାଳିତ ହେବା ସହ ସ୍ମୃତି କମିଟି ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ହୋତାଙ୍କ ଦ୍ୱାରା ଲିଖିତ ଇତିହାସ ପୁସ୍ତକ “ସମୃଦ୍ଧ ବାଣପୁର “ଉନ୍ନ୍ମୋଚିତ ହୋଇଯାଇଛି। ଉକ୍ତ ସଭାର ସଭାପତି ଭାବେ ଖୋରଧାର ବରିଷ୍ଠ ଆଇନୀଜୀବୀ ତଥା ଶ୍ରୀ ଜଗନ୍ନାଥ ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଶ୍ରୀ ଶିବସୁନ୍ଦର ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଖୋରଧାର ଜଣାଶୁଣା ଓ ଲୋକପ୍ରିୟ ସାହିତ୍ୟିକ ଓ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାରସିଂହ, ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱରର ସୁନାମଧନ୍ୟା ସାରସ୍ୱତ ସାଧିକା ଡ଼ଃ ବିମଳା ସିଂ,ସମ୍ନାନୀତ ଅତିଥିଭାବେ ଭୁବନେଶ୍ୱରର ବିଶ୍ଵମୁକ୍ତି ପତ୍ରିକାର ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର ଚୂଡ଼ାମଣି ଓ ବିଶେଷ ଅତିଥିଭାବେ ବରିଷ୍ଠ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଦିଗମ୍ବର ରାୟଗୁରୁ ଯୋଗ ଦେଇ ଡାକ୍ତର ସ୍ବର୍ଗତ ନୃସିଂହ ଚରଣଙ୍କ ସ୍ମୃତି ଚାରଣ କରିଥିଲେ. ବୈଠକ ପ୍ରାରମ୍ଭରେ ମା ଭଗବତୀ ଓ ଡାକ୍ତର ସାମନ୍ତସିଂହାରଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ pareଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ହୋତା। ପରେ କୈଳାଶ ଚନ୍ଦ୍ର noହୋତାଙ୍କ ଲିଖିତ ପୁସ୍ତକ “ସମୃଦ୍ଧ ବାଣପୁର ” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା। ପୁସ୍ତକ ସମ୍ବଦ୍ଧରେ ଲେଖକ କହିଥିଲେ ଯେ ସମୃଦ୍ଧ ବାଣପୁର ପୁସ୍ତକ ହେଉଛି ଏକ ପୁସ୍ତକ ଯେଉଁଥିରେ ବାଣପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦ ର ଅବସ୍ଥିତି, ଜନସଂଖ୍ୟା, ପଂଚାୟତ ସଂଖ୍ୟା, ବାଣପୁର ର ଦର୍ଶନୀୟ ସ୍ଥାନ, ଐତିହାସିକ କୀର୍ତ୍ତିରାଜି, ସ୍ୱାଧୀନତା ପରଠାରୁ ଏଯାବତ ନିର୍ବାଚିତ ଲୋକପ୍ରତିନିଧିଙ୍କ ନାମ, ବାଣପୁର ର ଯାନିଯାତ୍ରା, ବାଣପୁରରେ ଜୈନ ଓ ବୌଦ୍ଧ ଧର୍ମ, ଜଗନ୍ନାଥ ସଂସ୍କୃତି, ସର୍ବୋପରି ବାଣପୁର ଅଂଚଳର ସମସ୍ତ ଲେଖକଙ୍କ ନାମ, ଠିକଣା ସହ ସେମାନଙ୍କ ରଚିତ ପୁସ୍ତକ, ବାଣପୁରରେ ଥିବା ଶିକ୍ଷାନୁଷ୍ଠାନ, ଶିଳ୍ପ, ବାଣପୁରର ସ୍ବନାମଧନ୍ୟ ବ୍ୟକ୍ତିବିଶେଷ ଇତ୍ୟାଦି ଅନେକ ଘଟଣା ବହିରେ ଲେଖା ଯାଇଛି। ଉକ୍ତ ପୁସ୍ତକଟି ନିଶ୍ଚିତ ଭାବେ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଉନ୍ନ୍ମୋଚନ କରିଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଇତ୍ୟାବସରରେ ସ୍ମୃତିସଭା ରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ଡାକ୍ତର ନୃସିଂହ ଚରଣଙ୍କ ବୈପ୍ଲବିକ ଚିନ୍ତାଧାରା ଓ କାର୍ଯ୍ୟଦକ୍ଷତା ସମ୍ବଧୀୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆୟୋଜକ ତଥା ସାହିତ୍ୟ ସିନ୍ଦୁରା ର ପ୍ରତିଷ୍ଠାତା ଶ୍ରୀ ଗୋଲକ ବିହାରୀ ପରିଡା ଡାକ୍ତର ସାମନ୍ତସିଂହାରଙ୍କୁ ଯଥୋଚିତ ସମ୍ମାନ ପୂର୍ବକ ତାଙ୍କର ସ୍ମୃତି ଚାରଣ କରିଥିଲେ. ତାଙ୍କର ମାର୍ଗ ଦର୍ଶନରେ କବିତା ପାଠୋତ୍ସବ, ଓ ସ୍ବର୍ଗତ ସାମନ୍ତ ସିଂହାରଙ୍କ ସମ୍ବଦ୍ଧରେ ବକ୍ତବ୍ୟ ପ୍ରଦାନକରି ଦୁଇ ଜଣ ଛାତ୍ରୀ ଯଥା ସ୍ଵାଗତିକା ଖୁଣ୍ଟିଆ ଓ ଦେବସ୍ମିତା ଜେନାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଡାକ୍ତର ସାମନ୍ତସିଂହାର ଙ୍କ ପରିବାର ସଦସ୍ୟ ଓ ତାଙ୍କ ଜନ୍ମିତ ଗାଁ ନରେନ୍ଦ୍ରପୁର ଗ୍ରାମର ଗ୍ରାମବାସୀ ଯୋଗଦେଇ ଏଭଳି ଆୟୋଜନ ପାଇଁ ସାହିତ୍ୟ ସିନ୍ଦୁରା ପ୍ରତିଷ୍ଠାତା ଶ୍ରୀ ଗୋଲକ ବିହାରୀ ପରିଡ଼ାଙ୍କୁ ଧନ୍ୟ ଧନ୍ୟ କହିଥିଲେ.। ଶ୍ରୀମତୀ ପ୍ରଗତି ଭୂୟାଁ ସାମନ୍ତସିଂହାର ଧନ୍ୟବାଦ ପ୍ରଦାନ କରିଥିଲେ.। ଉକ୍ତ ସଭାରେ ବାଲୁଗାଁ ବାଣପୁର ର ଶତାଧିକ ବୁଦ୍ଧିଜୀବୀ ଯୋଗଦେଇଥିଲେ।