ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭ ଟି ବିଭାଗ ର ୬୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।୭ ଟି ବିଭାଗ ମଧ୍ୟରୁ ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ଓ ଶିଶୁ ବାଲ ବୈଜ୍ଞାନିକ ବର୍ଗର ୧୪ ଜଣ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ପ୍ରଥମ ସ୍ଥାନ ହାସଲ କରିଥିବା ୭ ଟି ପ୍ରକଳ୍ପ ଆଗାମୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଭାଗ ନେବେ। ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଆଜି ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ହରି ଓମ ଭୋଇ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଅପରାହ୍ନରେ ଏବିଇଓ ଭଗବାନ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ମୁଖ୍ୟ ବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଏବିଇଓ ସନ୍ତୋଷ କୁମାର ସାହୁ, ଏମ ଆପ୍ପା ରାଓ, ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।ଶିକ୍ଷକ ବୈକୁଣ୍ଠ ନାଥ ଜେନା, ସମୀର ନାୟକ,ଓ ବିବେକ କୁମାର ନାୟକ ବିଭିନ୍ନ ପ୍ରକଳ୍ପ ର ମୂଲ୍ୟାଙ୍କନ କରିଥିବା ବେଳେ ସି ଆର ସି ସି ଗୁପ୍ତ ପ୍ରସାଦ ନାଗ ଓ ଶିକ୍ଷକ ବିକାଶ ନିଶଙ୍କ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ହେମନ୍ତ ପଣ୍ଡା, ହେମେନ୍ଦ୍ର ନାଥ ବେହେରା, ଧନଞ୍ଜୟ ବଡ ଜେନା, ପ୍ରସନ୍ନ କୁମାର ଦଣ୍ଡସେନା,ଗୀତାଞ୍ଜଳି ବସ୍ତିଆ, ସହ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା,ସୁରେଶ ଚନ୍ଦ୍ର ବେହେରା,ବଲ୍ଲଭ ନାରାୟଣ ପଣ୍ଡା, ସୌଭାଗ୍ୟ ବିଶ୍ବାଳ, ରମେଶ ରାଓ,ବିଶ୍ବାସ ତ୍ରିପାଠୀ,ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post