ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବିଶ୍ବ ଶୌଚାଳୟ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି।
ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ସ୍ବଚ୍ଛ ଭାରତ ମିଶନ ନୋଡାଲ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର। , ନିର୍ବାହୀ ଯନ୍ତ୍ରୀ , ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀ ଶ୍ରୀ ରାଜେଶ କୁମାର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ଦିବସରେ “ମୋ ଶୌଚାଳୟ, ମୋ ସମ୍ମାନ ” ବିଷୟ ଉପରେ ଆଲୋଚନା କରାଯାଇଥିଲା।
ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶୌଚାଳୟ ବ୍ଯବହାର କରିବା ସହିତ ବ୍ୟବାହର କରୁନଥିବା ଲୋକମାନଙ୍କୁ ଶୌଚାଳୟ ବ୍ୟବାହର କରିବା ପାଇଁ ସଚେତନତା କରିବା ପାଇଁ ଜିଲ୍ଲାପାଳ କହିଥିଲେ। ସେହିପରି ନିଜ ଗ୍ରାମ ଓ ନିଜ ଘର ଚାରିପାଖ ସଫା ରଖିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନିଜ ନିଜ ଅଞ୍ଚଳର ଜନସାଧାରଣଙ୍କୁ ଶୌଚାଳୟ ବ୍ୟବାହର କରିବା ପାଇଁ ସଚେତନତା ସୃଷ୍ଟି କରିବା ଓ ସମସ୍ତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ବୈଠକ କରି ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ , ସିଆରପି , ଏନଜିଓ , ସ୍ଥାନୀୟ ଆଶା ଓ ଅଙ୍ଗନୱାଡି ମାନଙ୍କୁ ନେଇ ସଚେତନତା କରାଯିବ ଓ ନିଜ ଗ୍ରାମ ଓ ସହର ସ୍ବଚ୍ଛ ରହିଲେ ଜିଲ୍ଲା , ରାଜ୍ୟ ସ୍ବଚ୍ଛ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଗଜପତି ଜିଲ୍ଲାରେ ଗ୍ରାମ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଉଅଛି ଯଥା – ବିଭିନ୍ନ ଗ୍ରାମରେ ଗ୍ରାମ ସଭା , କର୍ମଶାଳା। , ସଚେତନତା ପଦଯାତ୍ରା , ସଫେଇ କାର୍ଯ୍ୟକ୍ରମ ଓ ସ୍ଵଚ୍ଛତା ହିଁ ସେବା ଗଣଦୌଡ଼ ଆୟୋଜନ କରାଯାଇ ସଚେତନତା କରାଯାଉଛି।
ସେହିପରି ସରକାରୀ ସଂସ୍ଥା ସହ ବେସରକାରୀ ସଂସ୍ଥା ତଥା ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ଦ୍ଵାରା ମଧ୍ୟ ସଚେତନତା କରାଯାଉଛି। ଏହି ଅବସରରେ ସ୍ବଚ୍ଛ ଭାରତ ମିଶନ ତରଫରୁ ଶୌଚାଳୟ ନିର୍ମାଣ କରିବା ପାଇଁ ଜିଲ୍ଲାର ୧୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଅଧିକାରୀ ଶ୍ରୀ ଜି. ସୁନିଲ ବାବୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆଜିର ଏହି ଦିବସରେ ନିର୍ବାହୀ ଅଧିକାରୀ ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀ ଏ.ବିଜୟ ରାଓ , ଶ୍ରୀ ଭେଙ୍କଟ ରାଓ ଆଚାରୀ , ପ୍ରଗ୍ରାମ ମ୍ୟାନେଜର ଶ୍ରୀ ପ୍ରସାଦ ଅଧିକାରୀ ସମସ୍ତ ବ୍ଲକର ଜଳ ଯୋଗାଣ ଓ ପରିମଳ ବିଭାଗର କର୍ମଚାରୀ , ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post