ଏସି ଏସ ଟି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ।

5

ପଦ୍ମପୁର :- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ବହୁ ଧୁମ ଧାମ ରେ ଧରତୀ ଆଵା ବିର୍ସା ମୁଣ୍ଡା ଜୟନ୍ତୀ ପଦ୍ମପୁର ସହର ରେ ପାଳିତ ହୋଇଯାଇଛି। ସଭାପତି ଭୋଜରାଜ ବାଗ ଙ୍କ ନେତୃତ୍ୱ ରେ ରାଜାଜି ଟାଉନ ହଲ ଠାରୁ ଏକ ବିରାଟ ବାଇକ ରେଲି ବାହାରି ପଦ୍ମପୁର ସହର ପରିକ୍ରମା କରି ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଦୀପ ଦାନ କରି ରାଜବାଟି ଦେଇ ଥାନା ଛକ କୁ ପହଂଚି ସେଠାରେ ବିର୍ସା ମୁଣ୍ଡା ଙ୍କ ପ୍ରତିଛବିରେ ରେ ଫୁଲ ମାଲ୍ୟ ପ୍ରଦାନ କରିଥିଲେ। ବିର୍ସା ମୁଣ୍ଡା ଙ୍କ ଜୀବନୀ ଉପରେ ଆଲୋକପତ କରିଥିଲି। ଆଜି ଠାରୁ ଥାନା ଛକ କୁ ବିର୍ସା ମୁଣ୍ଡା ଛକ ଭାବେ ନାମିତ କରା ଯିବା ପାଇଁ ଘୋଷଣା କରିଥିଲେ। ମିଳିତ ମଞ୍ଚ ର ଉପ ସଭାପତି ନୀଳାମଣି ବରିହା ସମ୍ପାଦକ ରଘୁନନ୍ଦନ ଦେଓ,ସହ ସମ୍ପାଦକ ମୋତିଲାଲ ବାଗ, କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ , ଆବାହକ ଚନ୍ଦ୍ରହାସ୍ୟ ଜାଲ, ସଂଯୋଜକ ନବ ବରିହା, ସାଂସ୍କୃତିକ ସମ୍ପାଦକ ଗୋବର୍ଧନ ଛତର, ସଦସ୍ୟ ପ୍ରଦୀପ ମହାନନ୍ଦ, ଦେବରାଜ ସେଠ, ବିଶ୍ୱାମ୍ବର ଭୋଇ, ନରେଶ କୁମାର ଦାସ, କରୁଣାକର ବରିହା ଯୋଗଦାନ ରେ ପଦ୍ମପୁର ଉପଖଣ୍ଡ ରେ ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ସଫଳ ରୁପାୟନ ହୋଇ ଏକ ଉଦାହରଣ ସୃଷ୍ଟି କରିଛି । ଭୋଜରାଜ ବରିହା, ସନ୍ତୋଷ ବେହେରା, ଟଙ୍କଧର କଣ୍ଟା, କୁଶ ତାଣ୍ଡି , ଗୋପବନ୍ଧୁ ସୁନା ,ଗୋବିନ୍ଦ ତାଣ୍ଡି , ଗହଳ ମହାନନ୍ଦ , ଶ୍ୟାମ ବରିହା , ପ୍ରେମାନନ୍ଦ ବରିହା , ଜୁଗଳ ଭୋଇ, ସୁରେନ୍ ବରିହା , ବିଭୂତି ବରିହା , ଜଗନ୍ନାଥ ସେଠ୍ ପ୍ରମୁଖ ସାମିଲ ଥିଲେ l ଝାରବନ୍ଧ, ପାଇକମାଳ, ଗାଇସିଲେଟ ତଥା ପଦ୍ମପୁର ରୁ ଶତାଧିକ ଯୁବକ ଯୋଗଦାନ କରିଥିଲେ l

Leave A Reply

Your email address will not be published.