ଶାସକ ପ୍ରଶାସକ (ଘନଶ୍ୟାମ ନାଗ ): ଟିଟିଲାଗଡ଼ ବ୍ଳକ୍ ଅନ୍ତର୍ଗତ ଦେଶିଲ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସ୍. ଏସ୍. ଡି) ଆଶ୍ରମ ଠାରେ ତା: ୧୫/୧୧/୨୦୨୪ ଶୁକ୍ରବାର ଦିନ ଅଭିଭାବକ ବୈଠକ ୨୦୨୪-୨୫ କାର୍ଯ୍ୟକ୍ରମ ଦେଶିଲ ଆଶ୍ରମ ସ୍କୁଲ ଏବଂ ଦେଶିଲ ଅନ୍ୱେଷା ହଷ୍ଟେଲର ଅଭିଭାବକ ବୈଠକ ଦେଶିଲ ଆଶ୍ରମ ସ୍କୁଲରେ କରାଯାଇଥିଲା। ସର୍ବ ପ୍ରଥମେ ଗଣେଶ ଭଗବାନ ଏବଂ ଜନ ନାୟକ ବିର୍ସା ମୁଣ୍ଡା ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର, ମନୋହର ଓ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଦେଶିଲ ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାନନ କିଶୋର ଭୋଇ ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବାନ୍ଦୁପଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗୋପାଲ ତାଣ୍ଡି, ଆଲୁମିନି ସଭାପତି ଶ୍ରୀଯୁକ୍ତ ଗିରିଧାରି ମହାନନ୍ଦ , ସ୍କୁଲ ସଭାପତି ଶ୍ରୀଯୁକ୍ତ ଜଗଦିସ ମାଝୀ, ଅନ୍ବେଷା ହଷ୍ଟେଲ ର ଇନଚାର୍ଜ ଶ୍ରୀଯୁକ୍ତ ଯୋଗିରାଜ ବେହେରା ,DAV ପବ୍ଲିକ ସ୍କୁଲ ର ପ୍ରିନସିପାଲ ଶ୍ରୀଯୁକ୍ତ ଦେବାସିଷ ସାହୁ, ବାଳକୃଷ୍ଣ ସାହୁ,ଚିତରଞ୍ଜ ଚାନ୍ଦ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଟି କୁ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଅଭୟ ନାଏକ ମଞ୍ଚ ପରିଚାଲନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜନନାୟକ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜୟନ୍ତି ଜନଜାତି ଗୌରବ ଦିବସ ନାମରେ ପାଳନ କରାଯାଇଥିଲା ଏବଂ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବିବରଣୀ ପଠନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଅଭିଭାବକ ମହଲରେ ଆଲୋଚନା ଜୋର ଧରିବା ସହ ଅଭିଭାବକ ଓ ଛାତ୍ର/ଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମ ବିଶେଷ ମାତ୍ରାରେ ପ୍ରେରିତ କରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post