ପଦ୍ମପୁର :- ସ୍ଥାନୀୟ ଲାୟନ୍ସ ଗୁରୁକୁଲରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀଯୁକ୍ତ ଧୀରୋଜ କୁମାର ପଟ୍ଟନାୟକ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଥ, ସମ୍ପାଦକ ପବନ କୁମାର ଅଗ୍ରୱାଲ, କୋଷାଧକ୍ଷ ମହମ୍ମଦ ଜାଭେଦ ଏହି ଜ୍ଞାନବିଜ୍ଞାନ ମେଳାରେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶିନୀରେ ୩୦୦ରୁ ଉର୍ଦ୍ଧ୍ଵ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ଗଣିତର ବିଭିନ୍ନ ଶାଖା ସହ ଜଡିତ ବିଭିନ୍ନ ପ୍ରକାରର ମଡେଲ ଉପସ୍ଥାପନ କରିଥିଲେ । ପ୍ରକଳ୍ପଗୁଡ଼ିକ କୃଷି, ଖାଦ୍ୟ ନିରାପତ୍ତା, ଶକ୍ତି ଉତ୍ସ ଏବଂ ସଂରକ୍ଷଣ,ପରିବେଶ ସମସ୍ୟା, ବିପର୍ଯ୍ୟୟ ପରିଚାଳନା, ବର୍ଷାଜଳ ଅମଳ ଆଦି ଉପରେ ଆଧାରିତ ଥିଲା । ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ହୋତା, ସୁଶାନ୍ତ ଯୋଶୀ, ପୁରୁଷୋତ୍ତମ ସାହୁ, ଜୁଲି ପଧାନ, କୀର୍ତ୍ତି ପାଢି, ତୃପ୍ତିମୟୀ ଝାଗରା, ତନ୍ମୟା ଦେବତା, ଅଭିଳାଷ ତିବାରୀ, ଦୀପକ ସିଂହ ବରିହା, ରାଜେଶ ଯାଦବ, ସନ୍ଦୀପ ସାହୁ, କିରଣମୟୀ ସାହୁ, ଶ୍ରୁତିମୟୀ ପାଣ୍ଡେ, ଉତ୍ତମ ଦାଶ, ମନୀଷା ଭୋଇ ପ୍ରଦର୍ଶିନୀକୁ ସର୍ବେକ୍ଷଣ କରିଥିଲେ ଓ ସେମାନଙ୍କ ମଡେଲ ବିଷୟରେ ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ଠାରୁ ସବିଶେଷ ତଥ୍ୟ ନେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଚୟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.