ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ପିଏମଶ୍ରୀ ସ୍କୁଲ ପରିଦର୍ଶନ

9


ଓଡ଼ଗାଁ ୧୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ଏନ୍ଏସିର ପିଏମଶ୍ରୀ ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଜାତୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ।ଦକ୍ଷତା ଭିତ୍ତିକ ଶିକ୍ଷା ସହିତ ଶୌଚାଳୟ, ଡିଜିଟାଲ ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର, ଖେଳ ପଡ଼ିଆ,ସବୁଜ ବିଦ୍ୟାଳୟ, ୟୁଥ୍ ଇକୋ କ୍ଳବ୍, କ୍ୟାରିୟର କାଉନସେଲିଂ, କମ୍ପ୍ୟୁଟର ଏବଂ ସିଲାଇ ଶିକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝି ଖୁସି ବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲତା ବେହେରା, ଓଡ଼ଗାଁ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ପ୍ରକାଶ ପ୍ରଧାନ, ସସ୍ମିତା ସ୍ବାଇଁ, ସିଲେଇ ଶିକ୍ଷା ଦେଉଥିବା ଯଶସ୍ବିନୀ ମହାପାତ୍ର ପ୍ରମୁଖ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଏମଶ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଥିଲେ।

Leave A Reply

Your email address will not be published.