ଦ କ୍ରାଉନ୍, ଭୁବନେଶ୍ୱର – ଆଇଏଚସିଏଲ୍ ସିଲେକ୍ସନ୍ସ ତରଫରୁ ନବରାତ୍ରୀ ଅବସରରେ ଉତ୍ସବୀୟ ଭୋଜନ ଓ ଡାଣ୍ଡିଆ ନାଇଟ୍ସର ଆୟୋଜନ
ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୬: ଦ କ୍ରାଉନ୍, ଭୁବନେଶ୍ୱର – ଆଇଏଚସିଏଲ୍ ସିଲେକ୍ସନ୍ସ ଏକ ବୁଟିକ୍ ହୋଟେଲ୍, ଯାହା ଏହାର ସ୍ଥାପତ୍ୟ, କଳା ଓ ସୁଚିନ୍ତିତ ଅତିଥି ଅନୁଭୂତି ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରେ। ସୁସଜ୍ଜିତ ଆବାସନ, ପୁରସ୍କୃତ ଖାଦ୍ୟ ପରିବେଷଣ, ସବୁଜ ପରିବେଶ ଓ ବ୍ୟକ୍ତିଗତ ସେବା ସହିତ ଏହି ହୋଟେଲ୍ ଓଡ଼ିଶାର ରାଜଧାନୀରେ ଏକ ସ୍ୱତନ୍ତ୍ର ଅତିଥ୍ୟ ଅନୁଭୂତି ପ୍ରଦାନ କରିଥାଏ।
ନବରାତ୍ରୀର ଉତ୍ସବମୁଖର ପରିବେଶକୁ ଆଦର କରି, ଦ କ୍ରାଉନ୍, ଭୁବନେଶ୍ୱର – ଆଇଏଚସିଏଲ୍ ସିଲେକ୍ସନ୍ସ ଅତିଥି ଏବଂ ସହରବାସୀଙ୍କୁ ଭକ୍ତି, ଆନନ୍ଦ ଏବଂ ଏକତାର ଏହି ପର୍ବକୁ ଏକ ସ୍ୱତନ୍ତ୍ର ଉତ୍ସବୀୟ ଅନୁଭୂତି ସହ ପାଳନ କରିବାକୁ ଆମନ୍ତ୍ରଣ ଜଣାଉଛି। ପାରମ୍ପରିକ ସ୍ୱାଦ, ବର୍ଣ୍ଣାଢ୍ୟ ସାଜସଜ୍ଜା ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ସମନ୍ୱୟରେ ହୋଟେଲ୍ ଏକ ସ୍ମରଣୀୟ ଉତ୍ସବ ପାଳନର ପ୍ରତିଶ୍ରୁତି ଦେଉଛି।
ଏହି ଅବସରରେ ହୋଟେଲ୍ ପକ୍ଷରୁ ଏକ ବିଶେଷ ନବରାତ୍ରୀ ମେନୁ ଉପଲବ୍ଧ କରାଯିବ, ଯେଉଁଥିରେ ଉପବାସ ଉପଯୋଗୀ ବ୍ୟଞ୍ଜନ ଓ ପାରମ୍ପରିକ ଉତ୍ସବୀୟ ଖାଦ୍ୟର ସୁସ୍ୱାଦୁ ସମ୍ଭାର ରହିବ। ପ୍ରାମାଣିକ ଉପାଦାନରେ ପ୍ରସ୍ତୁତ ଏହି ବ୍ୟଞ୍ଜନଗୁଡ଼ିକ ନବରାତ୍ରୀର ପରମ୍ପରାକୁ ସମ୍ମାନ ଜଣାଇବା ସହ ଏକ ଅନନ୍ୟ ରସନାତ୍ମକ ଅନୁଭୂତି ପ୍ରଦାନ କରିବ।
ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ୧୮ ଓ ୧୯ ଅକ୍ଟୋବରରେ ଡାଣ୍ଡିଆ ନାଇଟ୍ସ ଆୟୋଜିତ ହେବ। ସଙ୍ଗୀତ, ନୃତ୍ୟ ଓ ଉତ୍ସବୀୟ ଉଲ୍ଲାସରେ ଭରପୂର ଏହି ସନ୍ଧ୍ୟାରେ ଅତିଥିମାନେ ଉତ୍ସାହପୂର୍ଣ୍ଣ ଗର୍ବା ଏବଂ ଡାଣ୍ଡିଆ ପରିବେଷଣ, ବର୍ଣ୍ଣାଢ୍ୟ ସାଜସଜ୍ଜା ଓ ଜୀବନ୍ତ ପରିବେଶର ଆନନ୍ଦ ଉପଭୋଗ କରିପାରିବେ, ଯାହା ନବରାତ୍ରୀର ପ୍ରକୃତ ଉତ୍ସବୀୟ ଭାବନାକୁ ପ୍ରତିଫଳିତ କରିବ।
ନବରାତ୍ରୀର ନଅଟି ପବିତ୍ର ରାତ୍ରିର ରଙ୍ଗ ଓ ପ୍ରତୀକାତ୍ମକତାରୁ ପ୍ରେରିତ ସଜାବଟିରେ ହୋଟେଲ୍ ସୁସଜ୍ଜିତ ହେବ, ଯାହା ପରିବାର ଓ ବନ୍ଧୁବର୍ଗଙ୍କ ସହ ଉତ୍ସବ ପାଳନ ପାଇଁ ଏକ ମନୋରମ ପରିବେଶ ସୃଷ୍ଟି କରିବ।
ଏହି ଅବସରରେ ଶ୍ରୀ ରଞ୍ଜନ କୁମାର ଦାସ, ଜେନେରାଲ୍ ମ୍ୟାନେଜର, ଦ କ୍ରାଉନ୍, ଭୁବନେଶ୍ୱର – ଆଇଏଚସିଏଲ୍ ସିଲେକ୍ସନ୍ସ କହିଛନ୍ତି, “ଓଡ଼ିଶାର ପ୍ରେରଣାପ୍ରାପ୍ତ ଡିଜାଇନ୍, ସବୁଜ ପରିବେଶ ଓ ଆନ୍ତରିକ ବ୍ୟକ୍ତିଗତ ସେବା ପାଇଁ ପରିଚିତ ଦ କ୍ରାଉନ୍ ସର୍ବଦା ସ୍ଥାନୀୟ ସଂସ୍କୃତି ଓ ଆଧୁନିକ ଆତିଥ୍ୟର ସମନ୍ୱୟରେ ଅର୍ଥପୂର୍ଣ୍ଣ ଅନୁଭୂତି ସୃଷ୍ଟି କରିଆସୁଛି। ଆମେ ଅତିଥିମାନଙ୍କୁ ଏହି ନବରାତ୍ରୀର ଉତ୍ସବୀୟ ପରିବେଶକୁ ଉପଭୋଗ କରିବା, ପାରମ୍ପରିକ ସ୍ୱାଦର ଆନନ୍ଦ ନେବା ଏବଂ ଆମର ଭବ୍ୟ ଡାଣ୍ଡିଆ ନାଇଟ୍ସରେ ଯୋଗଦେଇ ଉତ୍ସବର ଆନନ୍ଦକୁ ଦ୍ୱିଗୁଣିତ କରିବାକୁ ଆମନ୍ତ୍ରଣ ଜଣାଉଛୁ। ନବରାତ୍ରୀ ହେଉଛି ଆସ୍ଥା, ସକାରାତ୍ମକତା ଓ ସମାଜକୁ ଏକତ୍ର କରିବାର ପର୍ବ। ଆମର ଉତ୍ସବୀୟ ଭୋଜନ ଏବଂ ଡାଣ୍ଡିଆ ନାଇଟ୍ସ ମାଧ୍ୟମରେ ଆମେ ଅତିଥିମାନଙ୍କୁ ଏହି ବିଶେଷ ଅବସରକୁ ଏକାଠି ପାଳନ କରିବାର ସୁଯୋଗ ପ୍ରଦାନ କରିବାକୁ ଆନନ୍ଦିତ।”