ଟିକିରିରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା: ଉତ୍ସାହର ସହ ସାମିଲ ହେଲେ ଦଳୀୟ କର୍ମୀ ଓ ନେତୃବୃନ୍ଦ।

9

​କାଶୀପୁର ରୁ ବୈକୁଣ୍ଠ ଦୁରିଆ -:ରାଜ୍ୟବ୍ୟାପୀ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅକ୍ଟବର ୨ ତାରିଖ ଚାଲିଥିବା ଜନସମ୍ପର୍କ ପଦଯାତ୍ରା କ୍ରମରେ ରାୟଗଡ଼ା ଜିଲ୍ଲାର ପ୍ରମୁଖ ଅଞ୍ଚଳ ଟିକିରିଠାରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଦଳୀୟ କର୍ମୀ, ଯୁବନେତା ଏବଂ ମହିଳା କର୍ମୀମାନେ ଉତ୍ସାହର ସହ ଯୋଗଦେଇଥିଲେ।
ଟିକିରିର ସରକାରୀ ଉଚ୍ଚବିଦ୍ୟାଳୟରୁ ଆରମ୍ଭ ହୋଇ ଗକୁଳମୁଣ୍ଡା ହାଟପଦା ପର୍ଯ୍ୟନ୍ତ  ବିଜେଡିର ଦଳୀୟ ପତାକା ଧରି କର୍ମୀମାନେ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଅବସରରେ “ବିଜୁ ଜନତା ଦଳ ଜିନ୍ଦାବାଦ” ଓ “ନବୀନ ପଟ୍ଟନାୟକ ଜିନ୍ଦାବାଦ” ନାରାରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ପରିବେଶ।ପଦଯାତ୍ରା ସମୟରେ ନେତୃବୃନ୍ଦ ଓ କର୍ମୀମାନେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ବିଗତ ଦିନରେ କିପରି ବିଜେଡି ସରକାରଙ୍କ ଦ୍ୱାରା ଲୋକାଭିମୁଖୀ ଯୋଜନା ଏବଂ ଜନକଲ୍ୟାଣକାରୀ କାର୍ଯ୍ୟଗୁଡ଼ିକୁ ଘରେ ଘରେ ପହଞ୍ଚିଥିଲା ତାହା ଲୋକଙ୍କୁ ଜଣାଇଥିଲେ ଓ ଚଳିତ ମୋହନ ସରକାର କିପରି ଲୋକଙ୍କୁ ହଇରାଣ କରୀ ରାଜ୍ୟର କୈଣଷି ଉନ୍ନତୀ କରୁନଥିବା କହିଛନ୍ତି।ଏହାର ଠିକ ଜବାବ ଆଗାମୀ ଦିନର ପଞ୍ଚାୟତ ଏବଂ ପୈର ନିର୍ବାଚନରେ  ଭଟର ଦେବେ ବୋଲି ଦଳୀୟ ନେତା ମାନେ କହିଛନ୍ତି।ଏହି ଅବସରରେ ଉପସ୍ଥିତ ବରିଷ୍ଠ ନେତାମାନେ ମତ ପ୍ରକାଶ କରିଥିଲେ ଯେ, ବିଜୁ ଜନତା ଦଳ ସର୍ବଦା ସାଧାରଣ  ଅଧିକାର ଏବଂ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ରହିଛି। ଟିକିରି ଅଞ୍ଚଳର ବିକାଶ ଧାରାକୁ ଆଗକୁ ବଢ଼ାଇବା ପାଇଁ ଦଳର ସମସ୍ତ କର୍ମୀ ଏକଜୁଟ ହୋଇ କାର୍ଯ୍ୟ କରୁଛନ୍ତି।ଆଗାମୀ ଦିନରେ ପଞ୍ଚାୟତ ଓ ପୈର ନିର୍ବାଚନ ରେ ନବୀନବାବୁଙ୍କ ହାତମୁଠାକୁ ଟାଣ କରିବା ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଭଟର ଦେବାପାଇଁ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଵିରଧି ଦଳ ନେତା ଭୁଗୁ ବକ୍ସିପାତ୍ର,ସଞ୍ଜୟ ଦାସ ବର୍ମା,ପୂର୍ବ ତନ ମନ୍ତ୍ରୀ ଜଗନାଥ ସାରାକା, ପୂର୍ବତନ ସାସଂଦ ଝିନ ହିକକା,କୈଶଲ୍ୟା ହିକକା, ସୁଧିର ଦାସ,ରାଜ୍ୟ ସାଧାରଣ ସମ୍ପାଦକ ଜଗଦୀସ ପାତ୍ର,ବିଧାୟିକା ପ୍ରାର୍ଥିନୀ ଅନୁସୟା ମାଝୀ,,ପୂର୍ବତନ ବିଧାୟକ, ମକରନ୍ଦ ମୁଦୁଲି, ବିଭିଷଣ ମାଝୀ,ଜିଲାପରିଷଦ ଅଦକ୍ଷା ସରସ୍ବତୀ ମାଝୀ,ପୂର୍ବତନ ଗୁଣୁପୁର ବିଧାୟକ ରଘୁନାଥ ଗୁମାଙ୍ଗ,ରାୟଗଡା ପୈର ଅଦକ୍ଷା ଶୁଭ୍ରା ପଣ୍ଡା ଓ କାଶିପୁର ବ୍ଲକର ୨୪ ଟି ପଞ୍ଚାୟତର ବିଜୁଜନତା ଦଳ କର୍ମୀ  ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ୨ହଜାରରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ।ଶେଷରେ, ପଦଯାତ୍ରାଟି ଟିକିରିର ସହର ପରିକ୍ରମା କରି ଏକ ଶାନ୍ତିପୂର୍ଣ୍ଣ ଓ ସଫଳ ପରିସମାପ୍ତି ହୋଇଥିଲା।

Leave A Reply

Your email address will not be published.