ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ କୋଏଲନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷରୁ ଏକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ “ଆଜା ନାଚଲେ” ସମ୍ବନ୍ଧରେ ବିଷଦ ବିବରଣୀ ଦିଆ ଯାଇଥିଲା । ସୂଚନାଯୋଗ୍ୟ ଯେ ସମ୍ପ୍ରତି ବଲିଉଡରେ ସହକାରୀ ନୃତ୍ୟ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ରୋଜା ରାଣାଙ୍କ ଆଭିମୁଖ୍ୟ ଅନୁଯାୟୀ ଚଳିତ ଥର ଅନୁଷ୍ଠାନ ତରଫରୁ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ହେବାର ଆୟୋଜନ କରାଯାଉଛି । ଆସନ୍ତା ନଭେମ୍ବର ୨୩ – ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜଭାବନ ପ୍ରେକ୍ଷାଳୟରେ ନୃତ୍ୟ କ୍ଷେତ୍ରରେ ରୁଚି ରଖୁଥିବା କୁନି ପିଲାଙ୍କଠାରୁ ସିନିୟର ବର୍ଗ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତା ପାଇଁ ସୁଦୂର ବମ୍ବେ ରୁ ରୋଜା ରାଣା ଏବଂ ପଶ୍ଚିମବଙ୍ଗରୁ ନୃତ୍ୟ କ୍ଷେତ୍ର ପ୍ରସିଦ୍ଧି ହାସଲ କରିଥିବା ସୁସ୍ମିତା ତମଙ୍ଗ ବିଚାରକ ମଣ୍ଡଳୀ ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର କରା ଯାଇଛି ବୋଲି ଅନୁଷ୍ଠାନ ତରଫରୁ ବ୍ୟାଖ୍ୟା କରା ଯାଇଥିଲା । ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଆଲୋକ ଜେନା, ସଭାପତି ବିଜୟ ମୁଖୀ ଓ ସମ୍ପାଦିକା ଶିବାନୀ ରାଣା ସମାଜସେବୀ ତଥା ଉଦ୍ୟୋଗପତି ବିଷ୍ଣୁପ୍ରିୟା ସ୍ଵାଇଁଙ୍କୁ ନୃତ୍ୟାନୁଷ୍ଠାନର ଅଧକ୍ଷ୍ୟା ପଦରେ ପୁଷ୍ପଗୁଚ୍ଛ ଦେଇ ବିଭୂଷିତ କରଥିଲେ । ସଭାପତି ବିଜୟ ମୁଖୀ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ନୃତ୍ୟାନୁଷ୍ଠାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସମ୍ପାଦିକା ଶିବାନୀ ରାଣା ସମସ୍ତଙ୍କର ପରିଚୟ ପ୍ରଦାନ ପୂର୍ବକ ପ୍ରଥମ କରି ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ କିପରି ସୁରୁଖୁରୁରେ କରାଯାଇପାରିବ ବୋଲି ସମସ୍ତ ସାମ୍ବାଦିକ ମାନଙ୍କଠାରୁ ପ୍ରସ୍ତାବ ଆଶା କରିଥିଲେ । ଉପସଭାପତି ରୋଜା ରାଣା ଉଦୀୟମାନ ନୃତ୍ୟ ପ୍ରତିଭା ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ କିପରି ପ୍ରତିଯୋଗୀତା ମାଧ୍ୟମରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ସମ୍ପର୍କ ରେ ସୂଚନା ଦେଇଥିଲେ । ନୃତ୍ୟାନୁଷ୍ଠାନ ର ନିର୍ଦ୍ଦେଶକ ଆଲୋକ ଜେନା ଓ ନୂତନ ଭାବରେ ଅବସ୍ଥାପିତ ଅଧକ୍ଷ୍ୟା ବିଷ୍ଣୁପ୍ରିୟା ସ୍ଵାଇଁ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମେଡିଆ ବନ୍ଧୁ ମାନଙ୍କର ସହଯୋଗ କାମନା କରିବା ସହ ଆଜା ନାଚଲେ କାର୍ଯ୍ୟକ୍ରମ ସହର ପାଇଁ ଏକ ନିଆରା ଅନୁଭୂତି ଆଣିଦେବ ବୋଲି ବ୍ୟକ୍ତ କରିଥିଲେ । ଅବଶେଷରେ ସାଂସ୍କୃତିକ ସମ୍ପାଦକ ସ୍ମୃତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଦସ୍ୟ ଦୀପିକା ପାତ୍ର, ଟୁନା ଗଉଡ, ସୂରଜ ତନ୍ତି, ହରେନ୍ଦ୍ର ନାୟକ, ସୋମେଶ୍ଵରୀ ନାୟକ, ସସ୍ମିତା ଜେନା, ବିଭୁତି ଭୂଷଣ ସେଠୀ ଓ ମନୀଷା ଜେନା ସମ୍ମିଳନୀ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.