ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ‘ଜବାବ ମାଗୁଛି ଓଡିଶା’ ରଥ ବିଜେପି ଯୁବମୋର୍ଚ୍ଚା ତରଫରୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ଶୁଭାରମ୍ଭ କରାଯାଇଛି । ରାଜ୍ୟର ନବୀନ ସରକାର ବିଗତ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହି ଓଡିଶାର ୪ କୋଟି ୫୦ଲକ୍ଷ ଅଧିବାସୀଙ୍କୁ ଭୁଆଁ ବୁଲାଇ ଚାଲିଛି । ଯାହାର ହିସାବ ମାଗିବା ପାଇଁ ଏହି ରଥ ଦୀର୍ଘ ୩ ମାସ ଧରି ଭଦ୍ରକ ବିଧାନସଭା କ୍ଷେତ୍ର ଭ୍ରମଣ କରିବ । ନବୀନ ସରକାର ଓଡିଶାବାସୀଙ୍କ ଭାବାବେଗକୁ ବୁଝି ପାରି ନାହାନ୍ତିି । କ୍ଷେତକୁ ପାଣି ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବେରୋଜଗାର ଆଜି ରୋଜଗାର ନ ପାଇ ଦାଦନ ଖଟିବାକୁ ସୁରତ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ରାଜ୍ୟରେ ଚାଷୀକୂଳ ଏବେ ଅଭାବୀ ଧାନ ବିକ୍ରିର ଶିକାର ହୋଇଛନ୍ତି । ଭଦ୍ରକ ଜିଲ୍ଲାର ଚାଷୀ ଧାନ ବିକି ନ ପାରି ବାହାର ରାଜ୍ୟକୁ ଧାନ ଚାଲାଣ କରୁଛନ୍ତି । ଜିଲ୍ଲାରେ ଆବଶ୍ୟକ ପରିମାଣର ମଣ୍ଡି ଖୋଲାଯାଇ ନାହିଁ । ଧାନ ବିକି ନ ପାରି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ରାଜ୍ୟରେ ଦୁଷ୍କର୍ମ ସୀମା ଟପି ଯାଇଛି । କେତେ ବେବିନା, ଇତିଶ୍ରୀ ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟ ସରକାର ଦୁଷ୍କର୍ମକାରୀଙ୍କୁ ଧରିବା ଦୂରର କଥା ପରୋକ୍ଷରେ ସେମାନଙ୍କୁ ଘଣ୍ଟ ଘୋଉଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ସ୍ୱାଭିମାନର ପ୍ରସଙ୍ଗ ପାଲଟିଥିବା ଭଦ୍ରକରେ ସରକାରୀ ମେଡିକାଲ ଓ ହସପିଟାଲ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜିଛନ୍ତି । ଓଡିଶାର ବିକାଶ ପରିବର୍ତ୍ତେ ନବୀନ ସରକାର ବିନାଶର ନାୟକ ସାଜିଛନ୍ତି । ଯାହାର ହିସାବ ଆଜି ଓଡିଶାବାସୀ ମାଗୁଛନ୍ତି । ଏହି ପରିପ୍ରେକ୍ଷୀରେ ‘ଜବାବ ମାଗୁଛି ଓଡିଶା’ ରଥର ଶୁଭାରମ୍ଭ କରାଯାଇଛି । ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ବିଧାନସଭା ନେତା ଡାକ୍ତର ପ୍ରଦୀପ ନାୟକ, ନଗର ସଭାପତି ରଞ୍ଜନ ସ୍ୱାଇଁ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରଦୀପ ମହାନ୍ତି, ଚନ୍ଦ୍ରମୋହନ ମହାପାତ୍ର, ବିଦ୍ୟାଧର ସାହୁ, ଅମ୍ବିକା ଦାସ, ଶରତ ପଢିଆରୀ, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଫେଣ୍ଟୁ ଆଲାମ, ମହମ୍ମଦ ଅଲ୍ଲୀ ସବର, ପୂର୍ଣ୍ଣ ମହଲ, ଅଧର ମଲ୍ଳିକ, ବାଦଲ ପଣ୍ଡା, ମମତା ବେହେରା, ନାରାୟଣ ସେନାପତି, ସରୋଜ ମହାନ୍ତି, ପ୍ରଭାକର ସାମଲ, ପ୍ରଭାତ ଜେନା, ଭାଷ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.