ଭଦ୍ରକ ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟା: ‘ପରିବର୍ତ୍ତିତ ଭାବଧାରା ଆମ ସାଂସ୍କୃତିକ ଜୀବନକୁ ପ୍ରଭାବିତ କରିଛି’

0

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ): ଶାସନକଳ, ଜନଜୀବନ, ଧର୍ମ ଓ ସାଧନାକୁ ଭିତ୍ତିକରି ସଂସ୍କୃତିରେ ନବମୂଲ୍ୟବୋଧ ସୃଷ୍ଟିହୁଏ । ନୂତନ ଶିକ୍ଷା-ସଭ୍ୟତା ଓ ପଶ୍ଚିମୀ ଭାବ ଆମ ସାଂସ୍କୃତିକ ଜୀବନକୁ ନାନା ଭାବରେ ପ୍ରଭାବିତ କରିବାରୁ ଏ ଦେଶରେ ସାଂସ୍କୃତିକ ପୁର୍ଜଜନ୍ମ ଘଟିଥିଲା । ବିଶ୍ୱର ପରିବର୍ତ୍ତିତ ଚିନ୍ତାଧାରା ଯୋଗୁଁ ସଂସ୍କୃତିରେ ଯେଉଁ ନୂତନ ମୂଲ୍ୟବୋଧ ସୃଷ୍ଟିହେଲା, ତାହା ଆମକୁ ଯେତିକି ନୂତନତାରେ ସମୃଦ୍ଧ କଲା, ସେତିକି ଶସ୍ତା ଲୋକପ୍ରିୟ ସାଂସ୍କୃତିକ ଜୀବନଚର୍ଯ୍ୟା ଆଡକୁ ବାଟକଡେ଼ଇ ନେଲା ବୋଲି ଭଦ୍ରକ ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସମ୍ମେଳନର ଉପଦେଷ୍ଟା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ଆଜିର ସନ୍ଧ୍ୟାଟି ‘ରାଖାଲ ଦାସ ମଞ୍ଚ’ ନାମରେ ସମର୍ପିତ ହୋଇଥିଲା । ଏଥିରେ ‘ସଂସ୍କୃତିର ନବମୂଲ୍ୟାୟନ’ ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗଦେଇ ଆମର ଜାତୀୟ ଜୀବନକୁ ସମୃଦ୍ଧ କରିବାରେ ଆମ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ଓ ସମାଲୋଚକ ପ୍ରଫେସର ଡ. ବିଜୟ କୁମାର ଶତପଥୀ ଯୋଗଦେଇ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବହୁଳତା ଆମ ପାରଂପରିକ ସଂସ୍କୃତି ଉପରେ ପ୍ରଭାବ ପକାଇଛି ଓ ଲୋକପି୍ରୟ ସଂସ୍କୃତି ହୋଇଛି ସଂସ୍କୃତିର ନବ ମୂଲ୍ୟାୟନ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବାସୁଦେବ ବାରିକ୍ ଓ ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଡ. ପଦ୍ମକାନ୍ତ ଧଳ ଯୋଗଦେଇ ବିଷୟବସ୍ତୁ ଉପରେ ମାନସ ମନ୍ଥନ କରିଥିଲେ । ସମ୍ମେଳନର ସଦସ୍ୟ ଗଦାଧର ବଳଙ୍କ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ତ୍ୟାଗଭୂମି ମୁଖପତ୍ର ସହସଂପାଦକ ଡ. ଅଭୟ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତି୍ୟକ ଡାକ୍ତର ଦୁର୍ଯେ୍ୟାଧନ ଦାସଙ୍କ ରଚିତ କବିତା ସଙ୍କଳନ ‘ସତୀର୍ଥ ସମୟ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ଓ କବି ଡାକ୍ତର ଦାସ ସ୍ୱ-କାବ୍ୟସାଧନା ଉପରେ ବକ୍ତବ୍ୟ ମାଧ୍ୟମରେ ସୂଚନା ଦେଇଥିଲେ । ସଦସ୍ୟ ଅମରେନ୍ଦ୍ର ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଅନୁଷ୍ଠାନର ଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିଲେ । ସଦସ୍ୟ ଗଦାଧର ବଳ, ବସନ୍ତ କୁମାର ମହାନ୍ତି, ନରେଶ ମହାନ୍ତି, ଡା ହରେକୃଷ୍ଣ ନାୟକ, କମଳାକାନ୍ତ ପାଣିଗ୍ରାହୀ, ସନ୍ତୋଷ ପରିଡ଼ା, ଡାକ୍ତର ପ୍ରଭାସଚନ୍ଦ୍ର ମହାନ୍ତି, ସୁଧାକର ରାଉତ, ବୈଲୋଚନ ବେହୁରିଆ, ଚର୍ଚ୍ଚିକା ମହାପାତ୍ର, ଶାନ୍ତନୁ କୁମାର ରାଉତ, ଅମ୍ବିକାବଲ୍ଲଭ ସ୍ୱାଇଁ, ଡ. ରାଜକିଶୋର ସାହୁ, ହୃଦାନନ୍ଦ ପାଣିଗ୍ରାହୀ, ଅଧ୍ୟାପକ ବିଶ୍ୱରଂଜନ ଦାସ, ବସନ୍ତ ପାଣିଗ୍ରାହୀ, ରୂପକ ରାୟ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଚାରୁଲତା ମହାପାତ୍ର ଶେଷସ୍ପର୍ଶ ପ୍ରଦାନ କରିଥିଲେ ।

Leave A Reply

Your email address will not be published.