ମନୋଜ ଜେନା ଓଡ଼ିଶା କଂଗ୍ରେସ ସେବାଦଳର କାର୍ଯ୍ୟକାରୀ ମୁଖ୍ୟ ସଂଗଠକ

0

ଭୁବନେଶ୍ୱର (ମାନସୀ ମିଶ୍ର)  ଭାରତୀୟ ଜାତୀୟ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା  ଦିବସ ଅବସରରେ କଂଗ୍ରେସ ଦଳକୁ ଅଧିକ ମଜବୁତ, ଲୋକାଭିମୁଖି ଓ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ଅଖିଳ ଭାରତ କଂଗ୍ରେସ ସେବାଦଳର ରାଷ୍ଟ୍ରୀୟ ମୁଖ୍ୟ ସଂଗଠକ ଲାଲଜୀ ଦେଶାଇ ରାଜ୍ୟର ଜଣାଶୁଣା ଗାନ୍ଧିବାଦୀ ଯୁବ ସଂଗଠକ ମନୋଜ ଜେନାଙ୍କୁ ଓଡ଼ିଶା କଂଗ୍ରେସ ଦଳର କାର୍ଯ୍ୟକାରୀ ମୁଖ୍ୟ ସଂଗଠକ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଜେନା ରାଜ୍ୟରେ ଜଣେ ଜଣାସୁଣା ମାନବାଧିକାରୀ କର୍ମୀରୂପେ ପରିଚିତ । ପୂର୍ବରୁ ସେ ଜାତୀୟ ମାନବାଧିକାର ଆୟୋଗ, ନୂଆଦିଲ୍ଲୀ ରେ କୋରକମିଟି ସଦସ୍ୟ ରୂପେ କାର୍ଯ୍ୟକରିଛନ୍ତି । ଦୀର୍ଘ ୨୦ ବର୍ଷର ସାମାଜିକ କ୍ଷେତ୍ରରେ ତାଙ୍କର ଗଭୀର ଅବଦାନ ରହିଛି । ରାଜ୍ୟ ଓ ଦେଶରେ ବହୁ ସାମାଜିକ ଓ ସିଭିଲ୍ ସୋସାଇଟି ସଂଗଠନ ସହ ଜଡିତ ହେବା ସହ ବହୁ ପୁରସ୍କାରରେ ସମ୍ମାନୀତି ହୋଇଛନ୍ତି । ଶ୍ରୀ ଜେନାଙ୍କ ନିଯୁକ୍ତି ଓଡ଼ିଶା କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଓ ସ୍ୱାର୍ଥକୁ ଶାଣିତ କରିବାରେ ସହାୟକ ହୋଇପାରିବ । ପ୍ରତିକ୍ରିୟାରେ ଶ୍ରୀ ଜେନା ନିଜର ଖୁସି ବ୍ୟକ୍ତ କରିବା ସହ ଅଖିଲ ଭାରତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ ମୁଖ୍ୟ ସଂଗଠକ ଲାଲଜୀ ଦେଶାଇ ଓ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହ ଓ ରାଜ୍ୟ ସେବାଦଳର ମୁଖ୍ୟ ସଂଗଠକ ବିରେନ ମୋହନ ପଟ୍ଟନାୟକଙ୍କ  ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

 

Leave A Reply

Your email address will not be published.