ପଦ୍ମପୁର ସହରକୁ ଦୁଇ ଘଂଟା ପର୍ଯ୍ୟନ୍ତ ଯିବା ଆସିବା ହେଲା ଠପ  ।

0

ଛଅ ଦଫା ଦାବୀ ନେଇ ରାଜରାସ୍ତା ଅବରୋଧ କଲେ ରାଜବୋଡାସମ୍ବର କୃଷକ ସଂଗଠନର ଚାଷୀମାନେ  ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ ଚାଷୀ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀଙ୍କ କରାଯାଇଥିବା କାଳିଆ ଯୋଜନାକୁ ବିରୋଧ କରି କୃଷକ ମାନଙ୍କ ପକ୍ଷରୁ  ଏହି ବନ୍ଦ କରାଯାଇଥିଲା । ଭୋକିଲା ଲୋକଙ୍କୁ ଚା କପେ ଦେଇ ସାନ୍ତ୍ୱନା ଦେବା ଭଳି ଚାଷୀଙ୍କୁ କାଳିଆ ଯୋଜନା ଦେଇ ସରକାର ଭୁଆଁ ବୁଳାଉଥିବାର ଚାଷୀ ଅଭିଯୋଗ କରିଛନ୍ତି  । ଏଣୁ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ତଥା ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ କୃଷି ଋଣ ସମ୍ପୁର୍ଣ୍ଣ ଛାଡ, ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି, ଧାନ ମଣ୍ଡିର ଅବ୍ୟବସ୍ଥା ଠିକ କରିବା, ଇନପୁଟ ସବ୍ସିଡି ର ସମୀକ୍ଷା ଏବଂ ସୁଧାର କରିବା, ୨୦୧୭ ମସିହାର ବକେୟା ବିମାରାଷୀ ପ୍ରଦାନ ସହ ଚାଷୀଙ୍କୁ ପେନସନ ପ୍ରଦାନ ଭଳି ଛଅ ଗୋଟି ଦାବୀ ନେଇ ରାଜରାସ୍ତା ଅବରୋଧ କରାଯାଇଥିଲା । ଏହି ଆନେ୍ଦାଳନରେ ପର୍ଯାୟ କମେ ପଦ୍ମପୁର – ନୁଆପଡା ରାସ୍ତା କୁ ଭୂଲିଆ ବନ୍ଧ ଛକ ଠାରେ ଦଳର ବିଶ୍ୱନାଥ ରଣା,ଡମ୍ବରୁଧର ସାହୁ,ପିତାମ୍ବର ସାହୁ,ବିପିନ ବିହାରୀ ଠାକୁର,ରୁପାଧର ସାହୁ,କୁବେର ପ୍ରଧାନ ଓ ହରିଚରଣ ସାହୁଙ୍କ ନେତୃତ୍ୱରେ  । ପଦ୍ମପୁର – ରାୟପୁର ରାସ୍ତା କୁ ଧୁମାଭଟା ଛକ ଠାରେ ଦହିତ ସାହୁ,ମୁକ୍ତେଶ୍ୱର ପଟେଲ,ନେତ୍ରାନନ୍ଦ ଭିଲ,ମଳୟ ଭୋଇ,ବିଜୟ ସାହୁ,ବିଶେଶ୍ୱର ପଟେଲ,ରମାକାନ୍ତ ମିଶ୍ର ଓ କୈଳାଶ ବାରିକଙ୍କ ନେତୃତ୍ୱରେ  । ପଦ୍ମପୁର – ବଲାଙ୍ଗିର ରାସ୍ତା କୁ ଦହିତା ଛକ ଠାରେ ସୌକିଲାଲ ମେହେର,ସୁଦାମ ଦାଶ,ସୁରେନ୍ଦ୍ର ଚାନ୍ଦ,ଦାଶରଥି ହୋତା,ପ୍ରୀତିଲାଲ ପଟେଲ ଓ କୀର୍ତୀ ମେହେରଙ୍କ ନେତୃତ୍ୱରେ । ପଦ୍ମପୁର – ଗାଇସିଲାଟ ରାସ୍ତାକୁ ଗୁଠୁର୍ଲା ଛକ ଠାରେ ଲିଙ୍ଗରାଜ ଗଡତିଆ,ଧନମାଳୀ ହାତୀ,ବିରେନ ପଧାନ,ଶଙ୍କର୍ଷଣ,ଭଗବାନ ଅମରିଙ୍କ ନେତୃତ୍ୱରେ ଏବଂ ପଦ୍ମପୁର ବରଗଡ ରାସ୍ତାକୁ କନସିଂହା ଛକଠାରେ ରାଜବୋଡାସମ୍ବର କୃଷକ ସଂଗଠନର ସଭାପତି ବାଂଛାନିଧି ନାୟକ,ଅଶୋକ କୁମାର ସାହୁ,ରୋହିତ ପ୍ରଧାନ,ଭୋଜରାଜ ସାହୁ,ଉମାକାନ୍ତ ହାତୀ,ଡିଲେଶ୍ୱର ସ୍ୱାଇଁ,ନିରାକାର ଜାଲ,ଶତ୍ରୁଘ୍ନ ତ୍ରୀପାଠୀ ଓ ଅମୃତଲାଲ ସାହୁଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ  ପଦ୍ମପୁର ସହରକୁ ସଂଯୋଗ କରୁଥିବା ମୋଟ ପାଂଚଗୋଟି ରାସ୍ତାରେ ଚାଷି ମାନେ ଆନ୍ଦୋଳନ  ପାଇଁ ଦିନ ଘ.୧୦ ରୁ ଘ.୧୨ ଟାଯାଏଁ ରାସ୍ତା ବନ୍ଦ କରିଥିଲେ ।ଚାଷୀଙ୍କ ଏହି ଆନେ୍ଦାଳନକୁ ଉତ୍ସାହିତ କରିବା ପାଇଁ ଜୟକିଶାନ ଆନ୍ଦୋଳନ ସଙ୍ଘର ରମେଶ ମହାପାତ୍ର,ହର ବନିଆ,କିଶୋର ସାହୁ,ଶୁଶିଲ ସାହୁ,ଚିତ ରଂଜନ ଛନ୍ଦ ପ୍ରମୁଖ ଯୋଗ ଦେଇଥିଲେ  ।

 

Leave A Reply

Your email address will not be published.