ମେଡିକାଲ କଲେଜ ଆନ୍ଦୋଳନ ଦାବିରେ ଗଣଧାରଣା ୩ୟ ଦିନରେ

0

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକର ସ୍ୱାଭିମାନ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଆନ୍ଦୋଳନ ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ନିକଟରେ ଗଣଧାରଣା ଆଜି ୩ୟ ଦିନରେ ମଧ୍ୟ ଜାରି ରହିଥିଲା । ଅତୀତରେ ଏହି ଦାବି ନେଇ ଜିଲ୍ଲାବାସୀ ଜିଲ୍ଲା ତମାମ ଧର୍ମଘଟ, ଆନ୍ଦୋଳନ କରିଥିବା ବେଳେ ଦିନିକିଆ ଭଦ୍ରକ ବନ୍ଦ ମଧ୍ୟ ସଫଳତାର ସହିତ କରିଥିଲେ । ଏହା ସତ୍ତେ୍ୱ ବି ରାଜ୍ୟ ସରକାର ଭଦ୍ରକବାସୀଙ୍କ ଏହି ମୌଳିକ ଦାବିକୁ ନଜର ଆଢୁଆଳରେ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସମସ୍ତ ଭିତ୍ତିଭୂମି ରହିଥିବା ଭଦ୍ରକ ଜିଲ୍ଲାର ସ୍ୱାର୍ଥ, ମୌଳିକ ଆବଶ୍ୟକତା ପାଇଁ ଭଦ୍ରକବାସୀଙ୍କ ଏହି ଲଢେଇ ଜାରି ରହିବ । ସରକାର ଯେ ପର୍ଯ୍ୟନ୍ତ ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା  ନିମନ୍ତେ ବିଜ୍ଞପ୍ତି ପ୍ରକାଶ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ  ଜାରି ରହିବ । ଏପରିକି ଆଗାମୀ ଦିନରେ  ଜିଲ୍ଲାର ୫ ବିଧାୟକଙ୍କ ସରକାରୀ କ୍ୱାର୍ଟର ଆଗରେ ଗଣଧାରଣା ମାଧ୍ୟରେ ଏହି ଆନେ୍ଦାଳନ କରାଯିବ ବୋଲି ଆଜି ଧାରଣା ସ୍ଥଳରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ । ଆଜି ଧାରଣାରେ ଶାନ୍ତନୁ କୁମାର ରାଉତ, ଅଜିତ କୁମାର ନାୟକ, ବୈଲେଶଚନ ବେହୁରିଆ, ସଂଗ୍ରାମ ଆଚାର୍ଯ୍ୟ,  ଅପୂର୍ବ ରଞ୍ଜନ ବେହେରା, ପରମାନନ୍ଦ ସାହୁ, ଡା. ହରେକୃଷ୍ଣ ନାୟକ, ଗୀତାରାଣୀ ଆଇଚ, ଶକୁନ୍ତଳା ନାୟକ, ଡା. ରମେଶ ଚନ୍ଦ୍ର ସାହୁ, ପ୍ରଭାତ କୁମାର ନାୟକ, ସୁଧାକର ରାଉତ, କୈଳାସ ଚନ୍ଦ୍ର ଜେନା  ପ୍ରମୁଖ ଧାରଣାରେ ସାମିଲ ଥିଲେ ।  

Leave A Reply

Your email address will not be published.