ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ବାଳାଶ୍ରମରେ ରହୁଥିବା ଶିଶୁ ମାନଙ୍କୁ ପାରଳାଖେମୁଣ୍ଡିର ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ଡ୍ରେସ୍ ଏବଂ ଖାଦ୍ୟ ବଣ୍ଟନ କରାଯାଇଛି।
ସୂଚନା ପ୍ରକାରେ ଶ୍ରୀ ବିବୁଶା ନନ୍ଦ ପଟ୍ଟନାୟକ , ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଇପ୍ସିତା ପଟ୍ଟନାୟକ ଉତ୍କଳ ବାଳାଶ୍ରମ କୁ ଆସି ପିଲାମାନଙ୍କୁ ନୂଆ ଡ୍ରେସ ଦେବାସହ ଏହି ଭ୍ରମଣର ସ୍ମୃତି ପାଇଁ ପିଲାମାନଙ୍କ ସହିତ କେକ୍ କାଟିଥିଲେ। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ପରିବାର ପାରଳାଖେମୁଣ୍ଡି ର ବାସିନ୍ଦା ହୋଇଥିବା ବେଳେ ଜିବୀକା ନିର୍ବାହ ନିମନ୍ତେ ଜର୍ମାନ୍ ଦେଶରେ କାର୍ଯ୍ୟରତ। ସେ ପ୍ରତି ବର୍ଷ ପାରଳାଖେମୁଣ୍ଡି କୁ ଆସି ବିଭିନ୍ନ ଅନାଥ ଆଶ୍ରମକୁ ବିଭିନ୍ନ ଜିନିଷପତ୍ର ଦାନ କରନ୍ତି। ଏହି ବର୍ଷ ସେ ଉତ୍କଳ ବାଳାଶ୍ରମ କୁ ଆସି ପିଲାମାନଙ୍କୁ ଡ୍ରେସ୍ ବାଣ୍ଟି ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ଅନୁଷ୍ଠାନର ଶିଶୁମାନେ ମଧ୍ୟ ନୂଆ ଡ୍ରେସ୍ ପାଇ ବେଶ୍ ଖୁସି ଥିବା ଲକ୍ଷ କରାଯାଇଥିଲା।
ଏହି ସମୟରେ ସେମାନେ ପିଲାମାନଙ୍କର ଭଲମନ୍ଦ ବୁଝିବା ସହ ପିଲାମାନଙ୍କର ଗୀତ ଓ ନାଚ ଦେଖିଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଏହି ଅନୁଷ୍ଠାନରେ ଦିଆଯାଉଥିବା ବିଭିନ୍ନ ସୁବିଧା କଥା ବୁଝିବା ସହ ଖୁସିବ୍ୟକ୍ତ କରିଥିଲେ।
ପ୍ରକାଶ ଥାଉକି ଯେ, ଗତବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ମାତୃପିତୃ ହୀନ ଶିଶୁ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଗଜପତି ଏକ ଶିଶୁ ଯତ୍ନ ଅନୁଷ୍ଠାନ ଆରମ୍ଭ କରିଥିଲା। ଯାହାକି ବର୍ତ୍ତମାନ ହାତିବାଡ଼ି ଗୋପିନାଥପୁର ଗ୍ରାମରେ ଅବସ୍ଥିତ। ବର୍ତ୍ତମାନ ସେଠାରେ ୬୪ ଝିଅ ଜଣ ରହୁଥିବା ବେଳେ ୨୩ ପୁଅ ଜଣ ରହୁଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀ , ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମତୀ ଏମ୍. ଶ୍ରୁତି , ସାମ୍ବାଦିକ ଶ୍ରୀ ଲୋକନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲା ବେଳେ ଉତ୍କଳ ବାଳାଶ୍ରମର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.