ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ପାଳିତ

12

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ବରାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ, ଏନ. ଏସ.ଏସ. ପ୍ରୋଗ୍ରାମ ଅଫିସର ଡ. ମଧୁସ୍ମିତା ପ୍ରଧାନ ଏବଂ ରେଡ୍କ୍ରସ୍ ଦାୟିତ୍ୱ ରେ ଥିବା ଅଧ୍ୟାପିକା ସୁଶ୍ରୀ ଶର୍ମିଷ୍ଠା ଭୁକ୍ତା ଙ୍କ ଆୟୋଜନ କ୍ରମେ ପାଳନ କରାଯାଇଥିଲା। କାର୍ଯକ୍ରମରେ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ଅଧ୍ୟାପିକା ଏଵଂ ଅଧ୍ୟାପକ ଗଣ ନିଜ ବକ୍ତବ୍ୟ ରେ ଗାନ୍ଧୀ ଜୟନ୍ତୀ ପାଳନ ଉଦ୍ଦେଶ୍ୟ, ଏହାର ମହନୀୟତା ଏଵଂ ଭାରତର ସ୍ୱାଧୀନତା ସଂଗ୍ରମରେ ମହାତ୍ମା ଗାନ୍ଧୀଙ୍କ ଭୂମିକା , ତାଙ୍କ ବ୍ୟକ୍ତିତ୍ୱ , ଚିନ୍ତା ଧାରା ଏଵଂ ଦେଶ ମାତୃକା ର ସ୍ୱାଧୀନତା ପାଇଁ ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ବିଷୟ ଉପରେ ଆଲୋକପାତ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ନିଜ ସମାଜର ଏଵଂ ଦେଶର ସେବାରେ ନିଜ ଶକ୍ତି ଓ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଉଦବୋଧନ ଦେଇଥିଲେ। କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ମଧ୍ୟ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ ଭାବେ ସମାପନ କରାଯାଇଥିଲା।

Leave A Reply

Your email address will not be published.