ଗାନ୍ଧିଜୀ ଓ ଶାସ୍ତ୍ରିଜୀ ଅବିସ୍ମରଣୀୟ

12


ଜଗତସିଂହପୁର ତା. 02.10 ( ) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଶିକ୍ଷାବିତ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷ୍ୟତାରେ ଏକ ସଭା ଅନୁଷ୍ଠିତ ହୋଇଯାଉଛି I ସଭାର ପ୍ରାରମ୍ଭରେ ଦୁଇ ଜନନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଏହି ସଭାରେ ବରିଷ୍ଠ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ବିଜୟ କୁମାର ପତି, ବଂଶୀଧର ଆଚାର୍ଯ୍ୟ, ବିଭୁତି ଭୂଷଣ ଲେଙ୍କା, ଶଙ୍କର୍ଷଣ ଦାସ, ସତ୍ୟବାଦୀ ଦାସ, ସତ୍ୟବାଦୀ ସାହୁ, ସଞ୍ଜୟ କୁମାର ସମାନ୍ତସିଂହାର, ପ୍ରତାପ କୁମାର ରାଉତରାୟ ଓ ଅଜୟ କୁମାର ପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀ ସେବା, ତ୍ୟାଗ,ସାହସୀ ସରଳତା ଓ ଅହିଂସାର ପୁଜାରିଥିଲେ , ଶାସ୍ତ୍ରିଜୀ ଶାନ୍ତିର ଦେବଦୁତ, ସୈନିକ ଓ କୃଷକ ଗୁରୁତ୍ୱ ତଥା ଉନ୍ନତି ପାଇଁ ଜୟ ଯବାନ ଜୟ କିସାନ ଆହ୍ୱାନ ଦେଇଥିବା ସହିତ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱ ଭୂମିକା ଗ୍ରହଣ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.