ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }_ ଭଞ୍ଜନଗର ସ୍ଥିତ ହାର୍ଟନଗର ପରିସରରେ ଅନୁଷ୍ଠିତ ହୋଇଥିବା ମାଁ ଶ୍ୟାମାକାଳୀ ପୂଜା ମହୋତ୍ସବ ର ଉଦଯାପନୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ଦୁଇ ବିଧାୟକ, ନଗରପାଳ,ଉପ ନଗରପାଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶିଷ୍ଟ ବନଖଣ୍ଡ ଅଧିକାରୀ ଗଣ ଓ ସମ୍ମାନନୀୟ ବନକର୍ମଚାରି ଙ୍କ ଯୋଗଦାନ ଅତ୍ୟନ୍ତ ଲୋକପ୍ରିୟ ଥିଲା।
ଘୁମୁସର ସମ୍ମିଳିତ ବନ ପରିବାର ଭଞ୍ଜନଗର ତରଫରୁ ଶ୍ରୀଶ୍ରୀଶ୍ରୀ ମାଁ ଶ୍ୟାମାକାଳୀ ଙ୍କ ପୂଜା ଉତ୍ସବ ୨୦୨୪ ଭଞ୍ଜନଗରସ୍ଥ ହାର୍ଟନଗର ପରିସରରେ ପବିତ୍ର ଆଲୋକର ମହାନ୍ ପର୍ବ ଦୀପାବଳି ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତିନି ଦିନ ଧରି ମହାଆଡମ୍ବର ଓ ଆକର୍ଷଣୀୟ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଓ ରାଜ୍ୟ ବାହାରର ବିଶିଷ୍ଟ ସୁନାମଧନ୍ୟ ନୃତ୍ୟ ସଂଗିତ କଳାକାର ମାନେ ନିଜ ନିଜ କଳା ପରିବେଷଣ କରି ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ଆଜି ନଭେମ୍ବର ତିନି ତାରିଖ ରବିବାର ସଂଧ୍ୟାରେ ଉଦଯାପନୀ ଦିବସ ରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଧାୟକ ନୀଳମଣି ବିଷୋୟୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ବିଶିଷ୍ଟ ବନଖଣ୍ଡ ଅଧିକାରୀ ଙ୍କ ଉପସ୍ଥିତିରେ ମାଁ ଶ୍ୟାମାକାଳୀ ଙ୍କ ଠାରେ ଭବ୍ୟ କର୍ପୁର ଆଳତୀ କରାଯାଇଥିଲା। ପରେ ପରେ ସଭିଙ୍କୁ ସାଂସ୍କୃତିକ ମଞ୍ଚ ଉପରକୁ ପାଛୋଟି ନିଆଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା।
ଏହି ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ, ସୋରଡ଼ା ବିଧାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଙ୍କ ସହିତ ଉପନଗରପାଳ ଶୁଭଶ୍ରୀ ଦାସ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ପଣ୍ଡା, ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ଫୁଲବାଣୀ କେନ୍ଦୁପତ୍ର ବନ ଅଧିକାରୀ ଶରତ ଚନ୍ଦ୍ର ମିଶ୍ର, ବୈ।ଦ୍ ର କେନ୍ଦୁପତ୍ର ବନ ଅଧିକାରୀ ସୁଦର୍ଶନ ବାଦି ଉପସ୍ଥିତ ଥିଲେ। ବରେଣ୍ୟ ମଞ୍ଚାସିନ ବ୍ୟକ୍ତି ବିଶେଷ ନିଜ ନିଜର ବକ୍ତବ୍ୟ ରେ ଘୁମୁସର ବୀର ବିପ୍ଳବୀ ଚକରା ବିଷୋୟୀ, ଭଞ୍ଜରାଜା ଙ୍କ କବିତା, କଳା ଐତିହ୍ୟ ସସ୍କୁତି ସହିତ ଘୁମୁସର ଅଞ୍ଚଳର ବନ ସୁରକ୍ଷା ବନ୍ୟ ଜୀବଜନ୍ତୁମାନଙ୍କ ସୁରକ୍ଷା ଉପରେ ସଜାଗ ହେବା ସହିତ ଅନ୍ୟକୁ ସଜାଗ କରିବା କହିଥିଲେ। ଏହି ମଞ୍ଚରେ ବିଶିଷ୍ଟ ଓ ବରିଷ୍ଠ ଅବସରପ୍ରାପ୍ତ ବନକର୍ମଚାରି ମାନଙ୍କୁ ସମ୍ମାନିତ କରାଯିବା ସହିତ ରାଜ୍ୟସ୍ତରୀୟ ବିଭିନ୍ନ କ୍ରିଡ଼ା ରେ କୃତିତ୍ୱ ଅର୍ଜନ କରିଥିବା ବନକର୍ମଚାରି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିରେ ମୁଜାଗଡ ବନ୍ୟାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, କନ୍ଧମାଳ ସାଂସଦ ପ୍ରତିନିଧି ତଥା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ରୁ ସନ୍ତୋଷ କୁମାର ତିଆଡି,ନିଳ ମାଧବ ପାତ୍ର, ମାନସ ଜେନା, ରଞ୍ଜିତ କୁମାର ପାତ୍ର , କୁବେର ପ୍ରଧାନ, ରୁପେସ୍, ସନ୍ତୋଷ ଙ୍କ ସହିତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।