ଶ୍ରୀବତ୍ସ ପଣ୍ଡାଙ୍କ ୧୫୬ତମ ଜୟନ୍ତୀ ଉତ୍ସବ

9


ତନରଡ଼ା ଗୋରକ୍ଷା ଆଶ୍ରମରେ ୧୦୮ କୁଣ୍ଡିୟ ବିଶ୍ୱଶାନ୍ତି ଯଜ୍ଞ; ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା, ୨/୧୦: -(ଶିବାରାମ ଚୌଧୁରୀ )-ମହାନ ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୬ତମ ଜୟନ୍ତୀ ଉତ୍ସବ ତନରଡ଼ାସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଦ୍ୱିଦିବସୀୟ ଏହି ଉତ୍ସବରେ ୧୦୮ କୁଣ୍ଡିୟ ବିଶ୍ୱଶାନ୍ତି ଯଜ୍ଞ, ପ୍ରବଚନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯଜ୍ଞକୁଣ୍ଡରୁ ଉଠୁଥିବା ଧୂପର ସୁଗନ୍ଧ ଓ ବେଦମନ୍ତ୍ର ଉଚ୍ଚାରଣରେ ଆଶ୍ରମ ପରିସର ଭକ୍ତିମୟ ହୋଇଉଠିଛି।କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଡ. ସୁଦର୍ଶନ ଦେବ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଗୋପବନ୍ଧୁ ସାହୁ, ସଂଚାଳକ ଆଚାର୍ଯ୍ୟ ଶ୍ରୁତିପ୍ରିୟ ଶାସ୍ତ୍ରୀ ଓ କୋଷାଧ୍ୟକ୍ଷ ଏ. ସନ୍ତୋଷ ଆଚାରୀ ଉପସ୍ଥିତ ଥିଲେ। ଡ. ଉଷା ମୁନୀ, ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ, କୈଳାସ ନନ୍ଦ ଓ ପୁରୁଷୋତ୍ତମ ପ୍ରମୁଖ ଯୋଗଦେଇଥିଲେ। ବିଜେପି ରାଜ୍ୟ ପ୍ରବକ୍ତା ଲକ୍ଷ୍ମଣ ପଣ୍ଡା ମୁଖ୍ୟ ଆକର୍ଷଣ ଭାବେ ଯୋଗଦେଇଥିଲେ।ଅତିଥିମାନେ ଶ୍ରୀବତ୍ସ ପଣ୍ଡାଙ୍କ ସମାଜ ସଂସ୍କାରମୂଳକ କାର୍ଯ୍ୟ, ଗୋସେବା ଓ ମାନବକଲ୍ୟାଣ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶ ସମାଜ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ କହିଥିଲେ।ଉତ୍ସବରେ ଅଞ୍ଚଳ ତଥା ବାହାର ଅଞ୍ଚଳରୁ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ରମ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶ୍ରମର ସେବକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥିଲା।

Leave A Reply

Your email address will not be published.