ବେଲଗୁଣ୍ଠା, ୨/୧୦:-(ଶିବରାମ ଚୌଧୁରୀ )-ଗାନ୍ଧୀ ଜୟନ୍ତୀ ଅବସରରେ ବିଶ୍ୱଭାରତୀ ଓ ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ଗୋବରା ଗ୍ରାମରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ବିଶ୍ୱଭାରତୀ ପରିସରରୁ ଅଭିଯାନ ଆରମ୍ଭ ହୋଇ ଗ୍ରାମର ବିଭିନ୍ନ ମନ୍ଦିର, ରାସ୍ତାପାର୍ଶ୍ୱ ଆଦି ସଫେଇ କରାଯାଇଥିଲା। ଏହାପରେ ଗୋବରା ଗ୍ରାମ ପରିକ୍ରମା କରାଯାଇଥିଲା। ଦୋକାନୀମାନଙ୍କୁ ପଲିଥିନ ବ୍ୟବହାର ନକରି କପଡ଼ା ବ୍ୟାଗ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା। ପରେ ମହାତ୍ମା ଗାନ୍ଧୀ ଓ ବାଞ୍ଛାନିଧି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭଞ୍ଜନଗର ରୋଟାରୀ କ୍ଲବ ସଭାପତି କେ. ସଞ୍ଜୀବ କୁମାର ଚୌଧୁରି ଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା। ବିଶ୍ୱଭାରତୀ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକ,କ୍ଲବ ସଦସ୍ୟ ପ୍ରଶାନ୍ତ କୁମାର ରାଜୁ ଓ ଦିଲ୍ଲୀପ କୁମାର ରାଜୁ ସହଯୋଗ କରିଥିଲେ।ଅରବିନ୍ଦ ଶିକ୍ଷାକେନ୍ଦ୍ର ଓ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଯାନରେ ସାମିଲ ହୋଇଥିଲେ। ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ସମାଜସେବୀ ଶୂଳପାଣି ଶତପଥୀ, ରାମଚନ୍ଦ୍ର ବିଶ୍ୱାଳ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା, ଶ୍ରୀ କପିଳେଶ୍ୱର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ, ଉପସଭାପତି କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ରାଜୁ, ସନ୍ତୋଷ କୁମାର ମହାରଣା,ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ବିଶ୍ୱଜିତ୍ ସାହାଣୀ, ଅଜିତ୍ କୁମାର ମହାରଣା, ବାଲ୍ମୀକି ପାଢ଼ୀ, ରାଧା ସ୍ୱାମୀ ରାଜୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ସନ୍ତୋଷ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ଡା, ଶିକ୍ଷକ ମହେଶ୍ୱର ରାଉତ, ଦିଲ୍ଲୀପ କୁମାର ରାଜୁ, ସନ୍ତୋଷ କୁମାର ସାହୁ, ଡାକ୍ତର ପିନାକୀ ରଥ, ଡାକ୍ତର ପପୁନ୍ କୁମାର ସାହୁ ଓ ପଞ୍ଚାନନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଅଭିଯାନକୁ ସହଯୋଗ କରିଥିଲେ। ସ୍ୱଚ୍ଛ ଗ୍ରାମ ଗଠନ ସହ ପ୍ଲାଷ୍ଟିକମୁକ୍ତ ପରିବେଶ ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା।