ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପିଅନ ମଙ୍ଗୁଳୁ ଜାନି ଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଉର୍ମିଳା ବ୍ରହ୍ମା,ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଶିବ ପ୍ରସାଦ ସାହୁ ,ସନ୍ତୋଷ ସିଂ ଲାଲ, ଅବସର ଗ୍ରହଣ କରିଥିବା ପିଅନ ମଙ୍ଗୁଳୁ ଜାନି ତଥା କ୍ଲାର୍କ ଦୟାନିଧି ଟାକ୍ରି ପ୍ରମୁଖ ମଞ୍ଚାସିନ ଥିଲେ। ସ୍ଵାଗତ ସଙ୍ଗୀତ ପରେ ଅବସର ପ୍ରାପ୍ତ ପିଅନ ମଙ୍ଗୁଳୁ ଜାନି ଙ୍କୁ ଫୁଲତୋଡ଼ା ଓ ଉପ ଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ଉର୍ମିଳା ବ୍ରହ୍ମା ପିଅନ ମଙ୍ଗୁଳୁ ଜାନି ଙ୍କୁ ଜଣେ କର୍ମଠ,ସମୟାନୁବର୍ତ୍ତିତା ଓ ଦାୟିତ୍ବବାନ ବ୍ୟକ୍ତି ବୋଲି କହିଥିଲେ। ୧୯୮୭ ମସିହାରେ ଡାବୁଗାଁ ଭୈରବ ମହାବିଦ୍ୟାଳୟ ସ୍ଥାପନ ହୋଇଥିବା ବେଳେ ୧୯୮୯ ମସିହାରୁ ୨୦୨୪ ଅକ୍ଟୋବର ମାସ ପର୍ଯ୍ୟନ୍ତ ମଙ୍ଗୁଳୁ ଜାନି ଜଣେ ପିଅନ ଭାବେ ନିରନ୍ତର ସେବା ଦେଇ ଆସିଥିଲେ ବୋଲି କହିଥିଲେ। ଭୈରବ ମହାବିଦ୍ୟାଳୟ ର ସମସ୍ତଙ୍କ ପ୍ରିୟ ମଙ୍ଗୁଳୁ ଜାନି ପିଅନ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିଦ୍ୟାଳୟ ର ଭିତ୍ତିଭୂମି ର ଉନ୍ନତି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ କହିଥିଲେ। ଆଗାମୀ ଅବସରକାଳୀନ ସମୟ ତାଙ୍କ ପରିବାର ସହ ସୁଖ,ଶାନ୍ତି ସହ ନିରୋଗ ରେ ରହିବା ନେଇ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ୩ ଭୈରବ ବିଦ୍ୟାଳୟ ତରଫରୁ ଉପହାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶିନୀ ସ୍ବାଇଁ ସଞ୍ଚାଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ନବୀନ କୁମାର ନାଗେଶ, ସରଜ ବଡକିଆ,ଲିପୁଚନ୍ଦ୍ର ମାଝୀ, ପଦମ ଭତରା,ରଶ୍ମିତା ପାଢ଼ୀ,ଖୁଲଣ ବତି ପୂଜାରୀ ତଥା ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.