ଜଗତସିଂହପୁର ତା- ୨୯.୧୦.୨୦୨୪ ସୁମନ୍ତ କୁମାର ଦାସ:ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଓ ଜିଲା ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ଅଦାଲତ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଓ ଓକିଲ ସଂଘ ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଯୋଗଦେଇ ଶିବିରକୁ ଶୁଭ ଉଦ୍ଘାଟନ କରିଥିଲେ I ଶିବିରରେ ମୋଟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ନୀଳିମା ପଣ୍ଡା, ଆଇନ ସେବା ପ୍ରାଧୀକରଣ ସଚିବ ବି.ଡି.ଡି ଚନ୍ଦନା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ନିରଞ୍ଜନ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସଦକ କାଟଜି, ଓକିଲ ସଂଘ ସମ୍ପାଦକ ଶ୍ରୀ ନରେଶ ଦାସ , ଉପସଭାପତି ଶ୍ରୀ ସରୋଜ କୁମାର ବିଶ୍ଵାଳ, ଯୁଗ୍ମ ସମ୍ପାଦକ ଶ୍ରୀ ଅମିୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଜଗତସିଂହପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ପ୍ରିୟନ୍ତ ମେହେର, ଟେକ୍ନିସିଆନ୍ ନିରଞ୍ଜନ ରାଉତ, ଅପରାଜିତା ସାହୁ, ନିହାରିକା ମହାନ୍ତି, ଜ୍ୟୋତିର୍ମୟୀ ଦାଶ ଓ ହିରଣ୍ମୟୀ ଗୋଚ୍ଛାୟତ ରକ୍ତ ସଂଗ୍ରହ କରିଥିଲେ I ଏହି ଶିବିରରେ ବିଚାର ବିଭାଗୀୟ ଅଧିକାରୀ, ଆଇନଜିବୀ, ଅଦାଲତର କର୍ମକର୍ତ୍ତା, ପାରା ଲିଗାଲ ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗଦେଇ ଉତ୍ସାହ ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post