ଜଗତସିଂହପୁର,ତା-୨୯.୧୦.୨୦୨୪/ସୁମନ୍ତ କୁମାର ଦାସ: ତା ୨୮.୧୦.୨୦୨୪ରିଖ ଠାରୁ ୦୩.୧୧.୨୦୨୪ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଠାରେ ଦୁର୍ନୀତି ନିବାରଣ ସତର୍କତା ସଭା ଡି.ଏସ.ପି ଭିଜିଲାନ୍ସ ଅନୁପମା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ସଭାପତି ଶ୍ରୀ ମନୋଜ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା, ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଭାରେ ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ବାଇଁ, ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ ଓ ଅର୍ଥ ଅଧିକାରୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ସତର୍କତା ବାର୍ତ୍ତା ଦେଇଥିଲେ। ଆୟୋଜିତ ଏହି ସଭାରେ ତିର୍ତ୍ତୋଲ ବ୍ଲକ୍ ଅଫିସ୍ ର କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ଜନସାଧାରଣ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post