ରାୟଗଡ:–ତା.୦୩/୧୧–ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆରୋକ୍ଷୀ ଅଧିକ୍ଷକ ରୟାଗଡ଼ ସ୍ୱାତୀ ଏସ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭିଜିଲାନ୍ସ ଏସପି, କୋରାପୁଟ ଡିଭିଜନ, ଜୟପୁର ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର,ଅତିରକ୍ତ ଆରୋକ୍ଷୀ ଅଧିକ୍ଷକ ବିଷ୍ଣୁପ୍ରସାଦ ପାତ୍ର,ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ,ମୁଖ୍ୟ ଵକ୍ତା ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ସାମ୍ମlନ୍ୱିତ ବକ୍ତା ଭାବେ ସରକାରୀ ଓକିଲ ପଦ୍ମନାଭ ଦାଶ ପ୍ରମୁଖ ଯୋଗଦାନ କରି ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ଦୁର୍ନୀତି ଏକ ବଡ ବ୍ୟାଧି ସତ୍ୟନିଷ୍ଠ ଭାବରେ ଏହାରି ବିରୋଧରେ ସମାଜର ସବୁସ୍ଥରରୁ ସଙ୍ଘଠିତ ହୋଇ ସଂଗ୍ରାମ କଲେ ଦେଶ ଆଗକୁ ଯିବ ବୋଲିମତଦେଇଥିଲେ l ବୈଠକରେ ବରିଷ୍ଠ ନାଗରିକ, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ମିଶନ ଶକ୍ତି ମହିଳା ମନେ, ସ୍ୱୟଂ ସହାୟିକା ମହିଳା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଗଜପତି ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା l ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ, ଆରୋକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ, କୋରାପୁଟ ଶ୍ରୀ ଦ୍ବିବେଦୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କହଁର,ପତାକା ଦେଖାଇ ଶୁଭlରମ୍ଭ କରିଥିଲେ l ସ୍ଥାନୀୟ ରାୟଗଡ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ୟୁଜିଏମାଆଇଟି ଅନୁଷ୍ଠାନର ଛାତ୍ର ଛାତ୍ରିମାନେ ଯୋଗଦାନ କରି ଦୁର୍ନୀତି ବିରୋଧରେ ସଚେତନତା ମୂଳକ ସ୍ଲଗାନ ଦେଇ ଗଜପତି ଛକରୁ ହୋଟେଲ କପିଳାଶ ଛକ ଦେଇ ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟlଳୟ ପର୍ଯ୍ୟନ୍ତ ଯାଇଥିଲେ l ବୈଠକ ପ୍ରାରମ୍ଭରେ ଆରୋକ୍ଷୀ ଅଧିକ୍ଷକ, ରାୟଗଡ ଉପସ୍ଥିତ ସଭିଙ୍କୁ ଶପଥ ପାଠ କରାଇଛଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନେଇ ଛତ୍ରଛାତ୍ରିଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କୃତ କରାଯାଇଥିଲା।
ଉପ ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିଵlରଣ ଶାଖା ଶ୍ରୀମତୀ ତରୁଲତା ବେହେରା ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post