ରାୟଗଡ: ବରିଷ୍ଠ ସାମ୍ବାଦିକ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଦ୍ୱତୀୟ ଜ୍ୟଷ୍ଠ ଭ୍ରାତା ଶିବ ପ୍ରସାଦ ଖାଡ଼ଙ୍ଗା (୬୫)ଙ୍କ ସ୍ଥାନୀୟ ମୂଖ୍ୟ ଚିକିତ୍ସାଳୟରେ ହୃଦଘାତରେ ମୃତ୍ୟୁ ଘଟିଛି l ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ l ସେ ଜଣେ ଛାତ୍ରବତ୍ସଳ ଓ ଜଣେ ଉତ୍ତମ ଶିକ୍ଷକ ଭାବରେ ପରିଚିତ ଥିଲେ l ସ୍ବର୍ଗତ ଶିବ ପ୍ରସାଦ ଜଣେ ମିଷ୍ଟାଭାଷୀ ଓ ମେଳାପୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା l ତାଙ୍କରି ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଯୋଗେଶ୍ୱରୀ ସାହୁ, ଜ୍ୟଷ୍ଠ ଭ୍ରାତା ବିଷ୍ଣୁ ପ୍ରସାଦ ଖାଡ଼ଙ୍ଗା, କନିଷ୍ଠ ଭ୍ରାତା ଶ୍ରଦ୍ଧା ନନ୍ଦ ଖାଡ଼ଙ୍ଗା, ସଚ୍ଚିଦା ନନ୍ଦ ଖାଡ଼ଙ୍ଗା, ଦୟାନନ୍ଦ ଖାଡ଼ଙ୍ଗା, ସରୋଜୁ ପ୍ରସାଦ ଖାଡ଼ଙ୍ଗା, ଭଉଣୀ ଶ୍ରଦ୍ଧା କୁମାରୀ, ଗାୟତ୍ରୀ କୁମାରୀ, ଶାନ୍ତି କୁମାରୀ, ଭାଉଜ, ବୋହୁ, ତିନି ଜ୍ୱାଇଁ, ଶଳା, ଶାଳୀ, ପୁତୁରା, ଝିଆରୀ, ଭଣଜା, ଓ ଭାଣିଜୀ ଉପସ୍ଥିତ ଥିଲେ l ସ୍ବର୍ଗତ ଶିବ ପ୍ରସାଦ ମୃତ୍ୟୁ ଖବର ପାଇଲା ପରେ ରାମକୃଷ୍ଣ ନଗର ସ୍ଥାନୀୟ ବାସିନ୍ଦା ଶୁଭେଛୁ ସାଙ୍ଗ ସାଥୀ ଶୋକବ୍ୟକ୍ତ କରିବା ସହ ଶେଷ ଦର୍ଶନ କରିଥିଲେ l
Sign in
Sign in
Recover your password.
A password will be e-mailed to you.