ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ଦାଦାନ ଶ୍ରମିକଙ୍କ ମୃତଶରୀର ସ୍ଥାନାନ୍ତରଣ ; କେନ୍ଦୁଝର ସ୍ଥିତ ପୈତୃକଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ

3

ଭୁବନେଶ୍ୱର (୨୯/୧୦): ତାମିଲନାଡୁ କୋଇମ୍ବାଟୁରକୁ ଜଣେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କର ରେଳ ଜନିତ ଦୁର୍ଘଟଣାରେ ମୃତ୍ୟୁ ହେlଇଥିବା ଖବର ପାଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଉକ୍ତ ଶ୍ରମିକଙ୍କ ମୃତ ଶରୀରକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରି ଶେଷକୃତ୍ୟ ସମ୍ପାଦନ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଛି ।

ମିଳଥିବା ସୂଚନା ଅନୁଯାୟୀ ମୃତକ ଜଣକ ହେଲେ ଶ୍ରୀ ଦେବାନନ୍ଦ ଦଣ୍ଡସେନା। ସେ କେନ୍ଦୁଝର ଜିଲ୍ଲା ବନାଯୋଡ଼ି ଗ୍ରାମର ବାସିନ୍ଦା। ନିଜର ଭରଣପୋଷଣ କରିବା ପାଇଁ ସେ ତାଲିମନାଡୁର କୋଇମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଉଥିଲେ। ଏହିସମୟରେ ରେଳ ଜନିତ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ସମ୍ବନ୍ଧୀୟ ଖବର ପାଇବାପରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ମୃତକଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆ ଯାଇଥିବା ଆର୍ଥିକ ସହାୟତା ଏବଂ ତାମିଲନାଡୁ ସରକାରଙ୍କ ମିଳିତ ସହଯୋଗରେ ଶ୍ରୀ ଦେବାନନ୍ଦ ଦଣ୍ଡସେନାଙ୍କ ମୃତଶରୀରକୁ ଓଡ଼ିଶାକୁ ଅଣାଯାଇଥିଲା। ଗତକାଲି ତାଙ୍କର ମୃତଶରୀର କେନ୍ଦୁଝର ସ୍ଥିତ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରାଯିବା ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି।

ଏହିଭଳି ବିପଦ ସମୟରେ ମିଳିଥିବା ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ମୃତକଙ୍କ ପରିବାର ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.