ତେନ୍ତୁଳୀଖୁଣ୍ଟି/ କୃପାନିଧି ରାଉତ, ଶାସକ ପ୍ରଶାସକ: 28.10 2024 ରିଖ ଦିନ ନବରଙ୍ଗପୁର ଜିଲ୍ଲା ପାଳ ଡ଼କଟର ଶୁଭଙ୍କର ମହାପାତ୍ରଙ୍କ ଦ୍ୱାରା ଜନ ଶୁଣାଣି ଶିବିର,ତେନ୍ତୁଳୀଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଜିଲ୍ଲା ମୁଖ୍ୟ ଅଧିକାରି ବିଭିନ୍ନ ବିଭାଗରୁ ଜିଲ୍ଲା ଅଧିକାରୀ ତଥା ଏସ ପି, ମିହିର କୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ରବିନ୍ଦ୍ର ନାଥ ପାଳକl ମୂଖ୍ୟ ଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରୟଣ ଦରୱାନ,ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଜନଜାତି ଉନ୍ନୟନ ସସ୍ଥା ମୂଖ୍ୟ ଅଧିକାରୀ ଶ୍ରୀ ରାଜୀବ ସାହୁ ,ତେନ୍ତୁଳୀଖୁଣ୍ଟି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମର ମହାପାତ୍ର, ବ୍ଲକ ସଭାପତି ଶ୍ରୀମତୀ ନୀଳାଦ୍ରି ନାୟକ, ଉପସଭାପତି ରାଜେନ୍ଦ୍ର ପ୍ରସାଦ ବିଷୋୟୀ, ଓ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ ସରକାରଙ୍କ ଜନ ଶୁଣାଣି ଶିବିର ଦ୍ୱାରା ଦୁର୍ନୀତିଖୋର ଓ କାର୍ଯ୍ୟ ଅବହେଳା ଅଧିକାରୀ ଙ୍କୁ ତାଗିଦ ସହ ସାଧାରଣ ଲୋକ ନିଜ ନ୍ୟାୟ ପାଇଁ ସାଧାରଣ ବିଶ୍ୱାସ ନେଇ ଆସନ୍ତି ପୁଣି ସମାଧାନ ରାସ୍ତା ଉନୁକ୍ତ ହୁଏ ତାହା ପ୍ରତିଫଳ ସ୍ୱରୂପ ଆଜି ଶିବିର ରେ ସମୁଦାୟ ବାଶଠି ମାମଲା ଶୁଣାଣି ହୋଇ ଥିଲା ଗୋଷ୍ଟିଗତ ଶୁଣାଣି ପନ୍ଦରଟି ଓ ବ୍ୟକ୍ତିଗତ ଶୁଣାଣି ସତଚାଳିଶିଟି ହୋଇଥିଲା.ଆଜିର କାର୍ଯ୍ୟକ୍ରମ ଶେଷ କରି ଘୁମରେଶ୍ଵର ଶୈବ ପୀଠଙ୍କୁ ,ଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀ ଘୁମେରେଶ୍ୱର ପରିଚାଳନା କମିଟି ସହ ମିଶି କାର୍ଯ୍ୟକେତେ ଅଗ୍ରସର ହେଲାଣି ତଦାରଖ ସହ ପରିଦର୍ଶନ କରିବାକୁ ଯାଇଥିଲେ.ଶେଷରେ ଜନଶୁଣାଣୀ ସମାପ୍ତ ହୋଇଥିଲା.
Sign in
Sign in
Recover your password.
A password will be e-mailed to you.