ପାଇକମାଳ ହାଇସ୍କୁଲ ରେ ସାଇନିଂଙ୍ଗ ଷ୍ଟାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

2

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ସାଇନିଂଙ୍ଗ ଷ୍ଟାର’ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ରାଧେଶ୍ୟାମ ମେହେର ଯୋଗଦାନ କରି, ଗୋଟିଏ ହାତରେ ପୁସ୍ତକ ଧରି ଅନ୍ୟ ହାତରେ ଗୁରୁଙ୍କୁ ଧରି ଅଗ୍ରସର ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଏହି ଅବସରରେ ଜିଲ୍ଲା ସ୍ତରରେ ପାଇକମଳ ହାଇସ୍କୁଲ ର ୬ ଜଣ ଛାତ୍ରୀ ତେଜସ୍ମୟୀ ପ୍ରଧାନ, ଶିଖା ପ୍ରଧାନ, ବର୍ଷା ରାଣୀ ପ୍ରଧାନ,ସୁପ୍ରିୟା ସାହୁ,ଭାରତୀ ସାହୁ, ନାହିଦ ପ୍ରବିନ୍ ଚୟନ ହୋଇଥିଲେ। ତାଙ୍କୁ ପୁଷ୍ପଗୁଚ୍ଛ ସହିତ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା l ମୁଖ୍ୟ ବକ୍ତା ରୂପେ ଜ୍ୟୋତିର୍ମୟୀ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ମଞ୍ଚ ପରିଚାଳନା ତ୍ରିଲୋଚନ ନାୟକ । ସୁଦାମ ପାଣ୍ଡେ,ରଜତ କୁମାର ସାହୁ,ମଧୁସ୍ମିତା ମେହେର, ଜଗବନ୍ଧୁ ସ୍ଵାଧୀନ,ନିରୁପମା ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.