ବାସୁଦେବପୁର – ବାତ୍ୟା ଦାନା ବାସୁଦେବପୁର ରେ ପ୍ରତି ଟି ପଞ୍ଚାୟତ ଓ ପୌର ପରିଷଦ ର ପ୍ରତି ଟି ୱାର୍ଡ ରେ ତାଣ୍ଡବ ରଚି ନଷ୍ଟ କରି ଦେଇଛି ଅନେକ ଗଛ ଓ ଘର। ଅନେକ ଲୋକ ଙ୍କବାଡ଼ିରେ ଗଛ ଉପୁଡ଼ି ଘର ଉପରେ ପଡ଼ି ଥିବା ବେଳେ ବିଭିନ୍ନ ସ୍ଥାନ ରେ ମୁଖ୍ୟ ରାସ୍ତା, ଗାଁ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଛି, ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି , ଚାଷ ଜମି ସହ ପନି ପରିବା ଗଛ ନଷ୍ଟ କରିଦେଇଛି। ଗଛ କଟା ଓ ବିଦ୍ୟୁତ୍ ଖୁଣ୍ଟି ତାର ସଜାଡ଼ିବା କାର୍ଯ୍ୟ କୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ବିଭିନ୍ନ ଟିମ୍ କରି କରାଯାଉଛି। ବିଧାୟକ ଅଶୋକ କୁମାର ଦାସ ପ୍ରତି ଟି ସ୍ଥାନ କୁ ଗସ୍ତ କରି ସମସ୍ତ କାର୍ଯ୍ୟ କୁ ତଦାରଖ କରୁଥିବା ର ଦେଖା ଯାଇଛି ।
ସେହିପରି ବିଡିଓ, ତହସିଲଦାର, ପୌର ଅଧିକାରୀ, ଙ୍କ ତତ୍ୱା ବଧାନ ରେ ବନ ବିଭାଗ ଅଧିକାରୀ, ଦମକଳ ବାହିନୀ, ପୋଲିସ ବାହିନୀ, ପୌର ପରିଷଦ ଓ ପଞ୍ଚାୟତ ସମିତି ର କର୍ମ ଚାରି,ଓ ଡ୍ରା ଫ ବାହିନୀ, ବିଦ୍ୟୁତ୍ ବିଭାଗ ର ଅଧିକାରୀ ଓ କର୍ମ ଚାରି ମାନଙ୍କ ମିଳିତ ଭାବେ ବିଭିନ୍ନ କାର୍ଯ୍ୟ କୁ ଯୁଦ୍ଧ କାଳୀନ ଭିତ୍ତି ରେ ତୁଲାଇ ନେଉଛନ୍ତି। ସେହିପରି ବାସୁଦେବପୁର ର ପଞ୍ଚାୟତ ଓ ପୌର ପରିଷଦ ର ନିର୍ବାଚିତ ପ୍ରତିନିଧି,ସମାଜ ସେବୀ, ବିଭିନ୍ନ ରାଜନୈତିକ ଦଳର ନେତା, ଗଣ ମାଧ୍ୟମ ପ୍ରତିନିଧି, ଜନ ସାଧାରଣ ମାନେ ମଧ୍ୟ ପ୍ରଶାସନ କୁ ସମ୍ପୂର୍ଣ୍ଣ ସହଯୋଗ ସହ ଶୀଘ୍ର କେମିତି ସବୁ କାମ ଶେଷ ହେବ ଲାଗି ପଡିଛନ୍ତି। ତୁରନ୍ତ ସରକାର ଙ୍କ ପକ୍ଷରୁ କ୍ଷତି ଗ୍ରସ୍ତ କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।