ବିଜେପୁର ରେ ମରୁଡିସ୍ଥିତି, ହାରାହାରି ୨୭ପ୍ରତିଶତ କମ ବର୍ଷା: ଚିନ୍ତାରେ ଚାଷୀ

2

 ବିଜେପୁର:-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ରେ ପାଣି ଅଭାବରୁ ଚାଷ ସ୍ଥିତି ଉତ୍କଟ ହେଲାଣି l ସୁନାଭଳି ଧାନ ଭର୍ତ୍ତୀଗଛରେ ପାଣି ଅଭାବରୁ ମାଉଲିବାକୁ ବସିଲାଣି l ବଡ଼ଧାନକୁ ଅତିକମରେ ଦୁଇ ରୁ ତିନି ଥର ପାଣି ମଡ଼ାଇବାକୁ ଆବଶ୍ୟକ କିନ୍ତୁ ଜଳସେଚନ ଅଭାବରୁ ଚାଷୀର ସ୍ଥିତି ସଂଗୀନ ହେଲାଣି l ଆଗକୁ ବର୍ଷା ନ ହେଲେ ୪୦ପ୍ରତିଶତ ରୁ ଅଧିକ ଫସଲ ଉଜୁଡିବା ଆଶଙ୍କା ଦେଖାଦେଇଛି l ବ୍ଲକର ଗଙ୍ଗାଧର ମେହେର ମେଗା ଜଳସେଚନ ଯୋଜନା ରୁ ବଞ୍ଚିତ ତାଳପଦର, ସାନବାଉସନ, ମାଝୀପାଲି, ଯୋଖିପାଲି, ଲାଉମୁଣ୍ଡା ସମେତ ପ୍ରାୟ ୮/୧୦ ଟି ପଂଚାୟତରେ ମରୁଡି ର ସ୍ଥିତି ଦେଖାଦେଲାଣି l ବ୍ଲକରେ ଚଳିତ ବର୍ଷ ଜୁନ ମାସରେ ୧୮୭ ଜୁଲାଇ ୨୯୨ ଅଗଷ୍ଟ ୧୮୮ ସେପଟେମ୍ବର ୧୯୭ ମିମି ବର୍ଷା ହୋଇଥିବା ବେଳେ ଅକ୍ଟୋବର ରେ ଆଦୌ ହୋଇନାହିଁ l ବରଗଡ ଜ଼ିଲ୍ଲାରେ ହାରାହାରି ବୃଷ୍ଟିପାତ ୧୧୮୦ ମିମି ରହିଥିବା ବେଳେ ବିଜେପୁର ବ୍ଲକ ରେ ୮୬୪ ମିମି ରହିଛି ଅର୍ଥାତ ଜ଼ିଲ୍ଲା ର ହାରାହାରି ବୃଷ୍ଟିପାତ ତୁଳନାରେ ବ୍ଲକରେ  ୨୭ ପ୍ରତିଶତ କମ ବୃଷ୍ଟିପାତ ରହିଛି l ତେଣୁ ଏଠାରେ ମରୁଡିର ପଦଧ୍ୱନି ଶୁଣିବାକୁ ମିଳିଲାଣି l ଏହାର ମୁକାବିଲା ପାଇଁ ଚାଷୀମାନେ ଯେତିକି ଚିନ୍ତିତ ଅଛନ୍ତି ସେ ତୁଳନାରେ ପ୍ରଶାସନ କି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉନାହାନ୍ତି l ସରକାର ଙ୍କ ପକ୍ଷରୁ ଉଠା ଜଳସେଚନ ଯୋଜନାରେ ଗଭୀର ନଳକୂପ ଖୋଲା ଯାଇଥିଲେ ହେଁ ବିଦ୍ୟୁତ ସଂଯୋଗ ପାଇଁ ପଦକ୍ଷେପ ନିଆଯାଉନି l ବର୍ଷେ ରୁ ଅଧିକ ସମୟ ହେବ ଚାଷୀମାନେ ଏଥିପାଇଁ କର୍ତ୍ତୃପକ୍ଷ ଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି l ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲେ ଆଜିର ବର୍ଷାଭାବ ସମୟରେ ଫସଲ ପାଇଁ ପାଣି ସଙ୍କଟ ସୃଷ୍ଟି ହୋଇନଥାନ୍ତା ବୋଲି କୃଷକ ସାଙ୍ଗଠନ ର ଚାଷୀ ନେତା ରମେଶ ମହାପାତ୍ର ଅଭିଯୋଗ କରିଛନ୍ତି l ବର୍ତ୍ତମାନ ଧାନଗୁଡିକ ପାଣି ଅଭାବରୁ ହଳଦିଆ ଦେଖାଦେଲିଣି ଆଉ ସପ୍ତାହେ ଭିତରେ ଭଲବର୍ଷା ନ ହେଲେ ଚାଷ ଉଜୁଡିବା ଆଶଙ୍କାରହିଛି l ତେଣୁ ନିଜେ କଷ୍ଟକରି ଫଳାଇଥିବା ଧାନ ଫସଲ ର ଏଭଳି ସ୍ଥିତି ଦେଖି ଚାଷୀମାନେ କାନ୍ଦି ପକାଇବାଭଳି ସମ୍ବୋଦନଶୀଲ ଦୃଶ୍ୟ ଦେଖିବାକୁ ମିଳିଛି l ଚଳିତ ବର୍ଷ ଆରମ୍ଭରୁ  ଭଲବର୍ଷା ହେବାରୁ ଭଲ ଫସଲ ହୋଇଥିଲା ମାତ୍ର ଶେଷ ପ୍ରଯ୍ୟାୟରେ ବର୍ଷଭାବ ଯୋଗୁ ପାଣିପାଇଁ ଜମି ଫାଟି ଆଁ କରିଛି l ତେଣୁ ଯେଉଁଠି ସାମାନ୍ୟବି ପାଣି ଅସୁବିଧା ଅଛି ସେଠାରେ ଚାଷୀମାନେ ପମ୍ପ ଚଳାଇ ଜମିକୁ ପାଣି ମଡ଼ାଇଥିଲେ ହେଁ ତାହା ପ୍ରଯ୍ୟପ୍ତ ହେଉନାହିଁ l ଯଦ୍ଵାରା ଫସଲ ବଞ୍ଚାଇବା କଠିକର ପାଠ ହୋଇପଡ଼ିଛି l ମରୁଡିକୁ ନେଇ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି l ସରକାର ଏ ଦିଗରେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି l

Leave A Reply

Your email address will not be published.