ପଦ୍ମପୁର ସ୍ଥିତ ବାଳିକା ହାଇସ୍କୁଲରେ ରେଡ଼କ୍ରସ ପରାମର୍ଶଦାତା ଶିବିର ଅନୁଷ୍ଠିତ। :

2

ପଦ୍ମପୁର:- ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବାଳିକା ହାଇସ୍କୁଲରେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକ ର କାଉନସିଲର ମାନଙ୍କୁ ନେଇ ଆଜି ଏକ ଦିବସୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ସଭାରେ ପଦ୍ମପୁର ବି.ଇ.ଓ.ଲୋକନାଥ ଭୋଇ ସାର ମୁଖ୍ୟଅତିଥି ଭାବେ ଯୋଗଦେଇ ରେଡ଼କ୍ରସ ପରାମର୍ଶଦାତା ତଥା ସ୍ବେଚ୍ଛାସେବୀ ମାନଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିଥିଲେ । ବରଗଡ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ହେମନ୍ତ କୁମାର ସାମଲ ଉକ୍ତ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବରିଷ୍ଠ ସାଧନ କର୍ମୀ ଶ୍ରୀଯୁକ୍ତ ଦ୍ଵାଦଶ କୁମାର ପ୍ରଧାନ ସ୍କୁଲ ତଥା ସମାଜ ପାଇଁ ରେଡକ୍ରସ ଭୂମିକା ବିଷୟରେ କାଉନସିଲର ମାନଙ୍କୁ ଉଦବୋଧନ ଦେଇଥିଲେ l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ଚୁଳସୁନ୍ଦର ମେହେର,ଜିଲ୍ଳା ସାଧନ କର୍ମୀ ଡ: ଡିଲେଶ୍ଵର ସାହୁ ,ଶ୍ରୀଯୁକ୍ତ ରୁଦ୍ରାନନ୍ଦ ବାରିକ,ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ଶୁଭଶ୍ରୀ ଭୋଇ ଯୋଗଦେଇ ଜୁନିଅର ରେଡ଼କ୍ରସ ର ଆବଶ୍ୟକତା ତଥା ପ୍ରାଥମିକ ଚିକିତ୍ସା ର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ। ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ। ଏହି ଅବସରରେ କାଉନସିଲର ମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପାଇକମାଳ ବି.ଇ.ଓ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ, ଝାରବନ୍ଧ ବି.ଇ.ଓ ଅନିଲ ପତି, ସୋହେଲା ବି.ଇ.ଓ ଅମୃତା ସାହୁ ଓ ବିଜେପୁର ବି.ଇ.ଓ ନାରାୟଣ ଭୁଏ ଯୋଗଦେଇ କାଉନସିଲର ମାନଙ୍କୁ ଉଦବୋଧନ ଦେଇଥିଲେ,ଏବଂ ବହୁ ସଂଖ୍ୟାରେ ପରାମର୍ଶଦାତା ଉପସ୍ଥିତ ଥିଲେ ।ପରିଶେଷରେ ଏ.ବି.ଇ.ଓ ଶ୍ରୀଯୁକ୍ତ ଶିବପ୍ରସାଦ ଯୋଶୀ ସମାଜରେ ରେଡ଼କ୍ରସର ସ୍ବେଚ୍ଛାସେବୀ ମାନଙ୍କ ଆବଶ୍ୟକତା ବିଷୟ ରେ ବର୍ଣ୍ଣନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.