ପଦ୍ମପୁରରେ ସଂଜୀବନୀ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ।

2

 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସଂଜୀବନୀ ହସ୍ପିଟାଲ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପଦ୍ମପୁର ବ୍ଲକ, ଝାରବନ୍ଧ ବ୍ଲକ, ପାଇକମାଲ ବ୍ଲକ, ଗାଇସିଲେଟ ବ୍ଲକ ତଥା ପଡୋଶୀ ରାଜ୍ୟ ଛତିଶଗଡ଼ର ଆଖ ପାଖ ଗାଁ ରୁ ରୋଗୀ ତାର ଯନ୍ତ୍ରଣା କୁ ଦୂର କରିବା ଆଶା ନେଇ ଗରିବ ଠାରୁ ଆରମ୍ଭ କରି ସାଧାରଣ ବର୍ଗର ଲୋକଙ୍କ ସମାଗମ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂଜୀବନୀ ହସ୍ପିଟାଲ ପକ୍ଷରୁ ରୋଗ ନିରୁପଣ ସହିତ ମାଗଣାରେ ଭଲ ଭଲ ନାମୀଦାମୀ କମ୍ପାନୀର ଔଷଧ ମାଗଣାରେ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିତରଣ କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଅପରେସନର ମଧ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି।ଡ଼ା. ରୋଶନ ରଥ ଏହି ଶିବିରରେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ବାତ ଜନିତ ରୋଗ, ହାତ ଗୋଡ ବଙ୍କାଥିବା, ଆଣ୍ଠୁଗଣ୍ଠିର ପୁନଃ ସ୍ଥାପନ, ଲିଗାମେଣ୍ଟ ଜନିତ ସମସ୍ୟା, ଶିଶୁର ପାଦମୋଡି ହୋଇଥିବା, ଆଣ୍ଠୁଗଣ୍ଠି ବ୍ୟଥା, ଅଣ୍ଟାବ୍ୟଥା, ହାଡ଼ଭଙ୍ଗା, ସ୍ପୋଣ୍ଡାଲାଇଟସ ରୋଗର ଚିକିତ୍ସା କରିଥିଲେ। ଶିବିରରେ ୨୩୦ ଜଣ ଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ୧୬୩ ଜଣ ରୋଗୀ ଉପକୃତ ହୋଇଥିଲେ।ଏହାକୁ ନେଇ ସଂଜୀବନୀ ହସ୍ପିଟାଲର ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.